34.1 C
Bhubaneswar
Friday, March 29, 2024
Homeଏସିଆ କପ୍‌ଏସିଆ କପ୍ ସୁପର୍‌-୪: ଗୁରବାଜ୍‌ଙ୍କ ୮୪ ରନ୍ ବେକାର, ଶ୍ରୀଲଙ୍କାର ରୋମାଞ୍ଚକର ବିଜୟ

ଏସିଆ କପ୍ ସୁପର୍‌-୪: ଗୁରବାଜ୍‌ଙ୍କ ୮୪ ରନ୍ ବେକାର, ଶ୍ରୀଲଙ୍କାର ରୋମାଞ୍ଚକର ବିଜୟ

ଶାରଜାହ: ଏଠାରେ ଶୁକ୍ରବାର ଖେଳାଯାଇଥିବା ଚଳିତ ଏସିଆ କପ୍‌ର ପ୍ରଥମ ସୁପର୍‌-୪ ମ୍ୟାଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ୪ ୱିକେଟ୍‌ରେ ରୋମାଞ୍ଚର ବିଜୟ ହାସଲ କରିଛି । ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ଆଫଗାନିସ୍ତାନ ୬ ୱିକେଟ୍ ବିନିମୟରେ ୧୭୫ ରନ୍ କରିଥିଲା । ଜବାବରେ ଶ୍ରୀଲଙ୍କା ୧୯.୧ ଓଭର୍‌ରେ ୬ ୱିକେଟ୍ ବିନିମୟରେ ୧୭୯ ରନ୍ କରି ବିଜୟୀ ହୋଇଥିଲା । ଶେଷ ଓଭର୍‌ର ପ୍ରଥମ ବଲ୍‌ରେ ଫଜଲ୍‌ହକ୍ ଫାରୁକିଙ୍କୁ ଚୌକା ମାରି ଚାମିରା କରୁଣାରତ୍ନେ ଶ୍ରୀଲଙ୍କାକୁ ବିଜୟ ଦେଇଥିଲେ । ଏହା ଆଫଗାନିସ୍ତାନ ବିପକ୍ଷରେ ସର୍ବାଧିକ ରନ୍‌ର ଚେଜ୍ ଥିବାବେଳେ ଚଳିତ ଏସିଆ କପ୍‌ରେ ଏହା ଶ୍ରୀଲଙ୍କାର ଦ୍ୱିତୀୟ ସର୍ବାଧିକ ରନ୍ ଚେଜ୍ । ପୂର୍ବରୁ ଦୁବାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ୧୮୪ ରନ୍‌କୁ ପିଛା କରି ବିଜୟୀ ହୋଇଥିଲା ।

୧୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ପାଇଁ ପାଥୁମ୍ ନିଶଙ୍କା (୩୫) ଓ ଗତ ମ୍ୟାଚ୍‌ର ହିରୋ ୱିକେଟ୍‌କିପର୍ କୁଶଳ ମେଣ୍ଡିସ୍ (୩୬) ପ୍ରଥମ ୱିକେଟ୍‌ରେ ୬୨ ରନ୍‌ର ପାର୍ଟନରଶିପ୍ କରି ଭଲ ମୂଳଦୁଆ ପକାଇଥିଲେ । ତେବେ ଇବ୍ରାହିମ୍ ଜର୍ଦାନ୍‌ଙ୍କ ଦ୍ୱାରା ମେଣ୍ଡିସ୍‌ଙ୍କୁ କ୍ୟାଚ୍ କରାଇ ନବୀନ ଉଲ୍ ହକ୍ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ । ପରେ ଦନୁଷ୍କା ଗୁଣତିଳକା ଇନିଂସ୍ ଆଗେଇ ନେଇ ୨୦ ବଲ୍‌ରୁ ୩୩ ରନ୍ କରିଥିବା ବେଳେ ରଶିଦ୍ ଖାନ୍‌ଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ । ଏହାପରେ ଭାନୁକା ରାଜପାକ୍ଷା ୧୪ ବଲ୍‌ରେ ୩୧ ରନ୍‌ର ଏକ ଜୋର୍‌ଦାର ଇନିଂସ୍ ଖେଳି ଟିମ୍‌ର ବିଜୟ ଦ୍ୱାରଦେଶରେ ପହଞ୍ଚାଇଥିଲେ ମଧ୍ୟ ବିଜୟ ପାଇଁ ୨ ରନ୍ ଆବଶ୍ୟକ ଥିବାବେଳେ ନବୀନ ଉଲ୍ ହକ୍‌ଙ୍କ ବଲ୍‌ରେ ବୋଲ୍ଡ ଆଉଟ୍ ହୋଇଥିଲେ । ଆଫଗାନିସ୍ତାନ ପକ୍ଷରୁ ମୁଜିବ୍ ଉର୍ ରହମାନ୍ ଏବଂ ନବୀନ ଉଲ୍ ହକ୍ ଦୁଇଟି ଲେଖାଏଁ ୱିକେଟ୍ ପାଇଥିବା ବେଳେ ରଶିଦ୍ ଖାନ୍ ଓ କ୍ୟାପ୍‌ଟେନ୍ ମହମ୍ମଦ ନବୀଙ୍କୁ ଗୋଟିଏ ଲେଖାଏଁ ସପଳତା ମିଳିଥିଲା ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଥିବା ଆଫଗାନିସ୍ତାନ ପକ୍ଷରୁ ୱିକେଟ୍‌କିପର୍ ରହମତୁଲ୍ଲା ଗୁରବାଜ୍ ୪୫ ବଲ୍‌ରୁ ଚାରିଟି ଚୌକା ଓ ଛଅଟି ଛକା ସହାୟତାରେ ଧୂଆଁଧାର ୮୪ ରନ୍‌ର ଇନିଂସ୍ ଖେଳିଥିବା ବେଳେ ଇବ୍ରାହିମ୍ ଜାର୍ଦାନ୍ ୪୦ ରନ୍‌ର ଯୋଗଦାନ କରିଥିଲେ । ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୯୩ ରନ୍‌ର ପାର୍ଟନର୍‌ଶିପ୍ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ହଜରତଉଲ୍ଲା ଜଜାରୀ ୧୩ ନଜିବୁଲ୍ଲା ୧୭ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲ୍‌ସାନ୍ ମଧୁଶଙ୍କା ୨ଟି ଏବଂ ମହେଶ ଥିକ୍‌ସାନା ଓ ଅଶିଥା ଫର୍ଣ୍ଣାଣ୍ଡୋ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking