27.1 C
Bhubaneswar
Thursday, April 25, 2024
Homeଏସିଆ କପ୍ ଇତିହାସ ଭାରତ ବନାମ ପାକିସ୍ତାନଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପୂର୍ବରୁ ଏହି ୧୦ ଟି ରେକର୍ଡ ଜାଣନ୍ତୁ...

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପୂର୍ବରୁ ଏହି ୧୦ ଟି ରେକର୍ଡ ଜାଣନ୍ତୁ…

ନୂଆଦିଲ୍ଲୀ : ଏସିଆ କପ୍ ୨୦୨୨ ୨୭ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ନାମେଣ୍ଟରେ ସମସ୍ତ ଅଂଶଗ୍ରହଣକାରୀ ଦଳ ଦୁବାଇ ଯିବାକୁ ପ୍ରସ୍ତୁତ । ଯେଉଁଥିରେ ପାକିସ୍ତାନ (ଇଣ୍ଡୋ ବନାମ ପାକ ) ଭାରତୀୟ ଦଳ ଦୁବାଇରେ ପହଞ୍ଚିଛି। ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଅଗଷ୍ଟ ୨୮ ରେ ଏହି ଟୁର୍ନାମେଣ୍ଟରେ ମୁକାବିଲା କରିବେ । ଯାହାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆସନ୍ତୁ ଜାଣିବା ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଚାଲିଥିବା ଏହି ଟୁର୍ନାମେଣ୍ଟରେ ପୂର୍ବ ମ୍ୟାଚଗୁଡିକର ରେକର୍ଡଗୁଡିକ –
-ଏସିଆ କପ୍ ୨୦୨୨ ଅଗଷ୍ଟ ୨୭ ଶନିବାର ଦିନ ଆରମ୍ଭ ହେବ, ଶ୍ରୀଲଙ୍କା ଆଫଗାନିସ୍ତାନକୁ ଭେଟିବ
-ଅଗଷ୍ଟ ୨୮ ରବିବାର ଦିନ ଦୁବାଇରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ।
-ଏସିଆ କପ୍ ୨୦୨୨ ର ଫାଇନାଲ୍ ୧୧ ସେପ୍ଟେମ୍ବର ଦୁବାଇରେ ଖେଳାଯିବ ।
ସର୍ବୋତ୍ତମ ବୋଲିଂ ଫିଗର୍ –
ବିରେନ୍ଦର ସେହୱାଗ ୬/୪ ବନାମ ବାଂଲାଦେଶ, ୨୦୧୦
ସୋହେଲ ତନଭୀର ୪୮/୫ ବନାମ ଶ୍ରୀଲଙ୍କା, ୨୦୦୮
ଏକକ ସର୍ବାଧିକ ବ୍ୟକ୍ତିଗତ ସ୍କୋର –
ବିରାଟ କୋହଲି ୧୮୩ ବନାମ ପାକିସ୍ତାନ, ୨୦୧୨
ୟୁନିସ୍ ଖାନ୍ ୧୪୪ ହଂକଂ, ୨୦୦୪
ସର୍ବୋତ୍ତମ ସହଭାଗୀତା –
ପ୍ରଥମ ୱିକେଟ୍ ପାଇଁ ରୋହିତ ଶର୍ମା ଏବଂ ଶିଖର ଧାୱନ – ୨୧୦ ବନାମ ପାକିସ୍ତାନ, ୨୦୧୮
-ଦ୍ୱିତୀୟ ୱିକେଟ୍ ପାଇଁ ଇମାମ-ଉଲ୍-ହକ୍ ଏବଂ ବାବର ଆଜାମ – ୧୫୪ ବନାମ ଆଫଗାନିସ୍ତାନ, ୨୦୧୮
ସର୍ବାଧିକ ଶତକ –
ବିରାଟ କୋହଲି – ୩
ଶୋଏବ ମଲିକ – ୩
ସର୍ବାଧିକ ଅର୍ଦ୍ଧଶତକ –
ରୋହିତ ଶର୍ମା – ୭
ସଚିନ ତେନ୍ଦୁଲକର – ୭
ଇନଜାମାମ-ଉଲ୍-ହକ୍ – ୬
ସର୍ବୋଚ୍ଚ ସମୁଦାୟ
ଭାରତ ୩୭୪/୪ ବନାମ ହଂକଂ, ୨୦୦୮
ପାକିସ୍ତାନ ୩୮୫/୭ ବନାମ ବାଂଲାଦେଶ, ୨୦୧୦
ସର୍ବନିମ୍ନ ସମୁଦାୟ
ଭାରତ ୧୬୬/୬ ବନାମ ବାଂଲାଦେଶ, ୨୦୧୬
ପାକିସ୍ତାନ ୮୩/୧୦ ବନାମ ଭାରତ, ୨୦୧୬
ଭାରତ – ୭ ଟାଇଟଲ୍ (୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦, ୨୦୧୮)
ପାକିସ୍ତାନ – ୨ ଟାଇଟଲ୍ (୨୦୦୦, ୨୦୧୨)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking