39.1 C
Bhubaneswar
Wednesday, April 24, 2024
Homeଖେଳଏସିଆ କପ ହକି: ଆଜି ଭାରତ ପାକ ଲଢେଇ

ଏସିଆ କପ ହକି: ଆଜି ଭାରତ ପାକ ଲଢେଇ

ଜାକର୍ତ୍ତା: ଆଜିଠାରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଏସିଆ କପ୍ ହକି । ପ୍ରଥମ ଦିନରେ ୪ଟି ମ୍ୟାଚ ଖେଳାଯିବ । ଆଜି ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିବାରୁ ସୋମବାର ମ୍ୟାଚ୍ ସହ ସଂପୂର୍ଣ୍ଣ ପ୍ରତିଯୋଗିତା ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ମହତ୍ତ୍ୱ ରଖିବ । ପ୍ରଥମ ଦିନରେ ଖେଳାଯିବାକୁ ଥିବା ଅନ୍ୟ ତିନିଟି ମୁକାବିଲାରେ ମାଲେସିଆ-ଓମାନ, କୋରିଆ-ବାଂଲାଦେଶ ଏବଂ ଜାପାନ-ଇଣ୍ଡୋନେସିଆ ମୁହାଁମୁହିଁ ହେବେ। ବାଂଲାଦେଶର ଢାକାଠାରେ ଆୟୋଜିତ ଗତ ସଂସ୍କରଣର ଫାଇନାଲ୍ରେ ମାଲେସିଆକୁ ହରାଇ ଭାରତ ବିଜେତା ହୋଇଥିଲା। ଉଭୟ ଭାରତ ଓ ପାକିସ୍ତାନ ୩ଥର ଲେଖାଏଁ ଏହି ପ୍ରତିଯୋଗିତା ଜିତିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ସର୍ବାଧିକ ୪ ଥର ବିଜେତା ହୋଇଛି। ଏହି ହାଇଭୋଲଟେଜ ମ୍ୟାଚ୍ ପୂର୍ବରୁ ଅଧିନାୟକ ବୀରେନ୍ଦ୍ର ଲାକ୍ରା କହିଛନ୍ତି ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ସବୁବେଳେ ଚାପ ରହିଥାଏ । ବରିଷ୍ଠ ଖେଳାଳିଭାବେ ଆମେମାନେ ଅଧିକ ଉତ୍ସାହିତ ହୋଇପାରିବୁ ନାହିଁ । କନିଷ୍ଠ ଖେଳାଳିମାନଙ୍କ ପାଇଁ କିନ୍ତୁ ଏହା ନିଶ୍ଚିତ ଭାବେ ନିଆରା ଅଭିଜ୍ଞତା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking