43 C
Bhubaneswar
Tuesday, April 16, 2024
Homeଅପରାଧଆଇଆଇସିଙ୍କୁ ଆକ୍ରମଣ କରିଛନ୍ତି ଏଏସଆଇ

ଆଇଆଇସିଙ୍କୁ ଆକ୍ରମଣ କରିଛନ୍ତି ଏଏସଆଇ

ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ପୋଲିସ ନିଜେ ସୁରକ୍ଷିତ ନୁହେଁ ସେ ସାଧାରଣ ଲୋକଙ୍କ କି ସୁରକ୍ଷା ଦେବେ ତାହ ଏହି ଘଟଣାରେ ସ୍ପଷ୍ଟ ଜଣାପଡୁଛି । ତେବେ ବ୍ରହ୍ମପୁର ପାଟପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ପାଟପୁର ଥାନା ଆଇଆଇସିଙ୍କୁ ଏଏସଆଇ ମାଡ ମାରିଛନ୍ତି । ମହଙ୍ଗା ପଡ଼ିଲା ପାଟପୁର ଥାନା ଆଇଆଇସିଙ୍କୁ ଆକ୍ରମଣ । ନିଲମ୍ବିତ ହେଲେ ଏଏସଆଇ ପ୍ରତୀମଞ୍ଜରୀ ଗଡ଼ନାୟକ ।
ସୂଚନା ଅନୁସାରେ, ଗତକାଲି ପାଟପୁର ଥାନା ଭିତରେ ପଶି ଆଇଆଇସି ଅଜୟ ବାରିକଙ୍କୁ ଏଏସଆଇ ପ୍ରତୀମଞ୍ଜରୀ ଓ ତାଙ୍କ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଗତ ରାତିରେ ଆଇଆଇସି ଡ୍ୟୁଟି ଭାଗବଣ୍ଟା କରୁଥିବା ବେଳେ ଏଏସଆଇ ପ୍ରତୀମଞ୍ଜରୀ ଓ ତାଙ୍କ ସ୍ୱାମୀ ମିଶି ଅତର୍କିତ ଭାବେ ଆଇଆଇସିଙ୍କୁ ଆକ୍ରମଣ କରିଥିଲେ । ଏହାସହ ତଣ୍ଟି ଚିପି ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିବା ଆଇଆଇସି ଅଭିଯୋଗ କରିଥିଲେ । ଏନେଇ ମାମଲା ରୁଜୁ ହେବା ପରେ ଏଏସଆଇ ପ୍ରତୀମଞ୍ଜରୀ ଗଡ଼ନାୟକଙ୍କୁ ନିଲମ୍ବିତ କରାଯାଇ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking