37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଏଏସଆଇ, କନେଷ୍ଟବଳ ସସ୍‌ପେଣ୍ଡ

ଏଏସଆଇ, କନେଷ୍ଟବଳ ସସ୍‌ପେଣ୍ଡ

କୋରାପୁଟ : ଜୟପୁର ସଦର ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ଜଣେ ଏଏସଆଇ ଏବଂ ଜଣେ କନେଷ୍ଟବଳଙ୍କୁ ଏସପି ସସ୍‌ପେଣ୍ଡ କରିଛନ୍ତି । ତେବେ ସସ୍‌ପେଣ୍ଡ ହୋଇଥିବା ଏଏସଆଇ ହେଉଛନ୍ତି ସପନ ସରକାର ଏବଂ କନେଷ୍ଟବଳ ହେଉଛନ୍ତି ଡି. କେ ମାଝୀ ସସ୍‌ପେଣ୍ଡ ହୋଇଛନ୍ତି । ଏବେ ତଦନ୍ତ ଦାୟିତ୍ୱରୁ ସଦର ଆଇଆଇସିଙ୍କୁ ହଟାଇ ଅନ୍ୟ ଜଣେ ଇନସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । କାଲି ସଦର ଥାନା ହାଜତରେ ଜଣଙ୍କର ଝୁଲନ୍ତା ମୃତ ଦେହ ମିଳିଥିଲା । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅଟକ ଅଭିଯୁକ୍ତଙ୍କ ଶବ ମିଳିଥିଲା ।

ସୂଚନା ଅନୁଯାୟୀ, ରାଜସ୍ଥାନର ୪୫ ବର୍ଷୀୟ ଗୋପାଳ ରାମ ନାମକ ବ୍ୟକ୍ତିଙ୍କ ଠାରୁ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଥାନାରେ ଅଟକ ରଖିଥିଲେ । ସେଠାରେ ତାଙ୍କୁ ଘୋଡ଼ାଇ ହେବାକୁ କମ୍ବଳ ଦିଆଯାଇଥିଲା । ବିଳମ୍ବିତ ରାତିରେ ସେ ସେହି କମ୍ବଳ ଚିରି ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ପରେ ସେଠାରେ ତାଙ୍କ ଝୁଲନ୍ତା ଶବ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking