30.1 C
Bhubaneswar
Thursday, April 25, 2024
Homeଖେଳଥାଇଲାଣ୍ଡ ଓପନ୍ ମୁଖ୍ୟ ଡ୍ର’ରେ ଅଶ୍ମିତା ମାଳବିକା

ଥାଇଲାଣ୍ଡ ଓପନ୍ ମୁଖ୍ୟ ଡ୍ର’ରେ ଅଶ୍ମିତା ମାଳବିକା

ନୂଆଦିଲ୍ଲୀ : ଭାରତୀୟ ଶଟ୍‌ଲର୍ ଅଶ୍ମିତା ଚଲିହା ଓ ମାଳବିକା ବନ୍‌ଡୋସ୍ ମଙ୍ଗଳବାର ଥାଇଲାଣ୍ଡ୍ ଓପନ୍ ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ପ୍ରବେଶ କରିଛନ୍ତି । ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଅଶ୍ମିତା ଆମେରିକା ଜେନି ଗାଇଙ୍କୁ ୨୧-୧୬, ୨୧-୧୮ରେ ହରାଇଥିବା ବେଳେ ମାଳବିକା ନିଜ ଦେଶର ଅନୁପମା ଉପାଧ୍ୟାୟଙ୍କୁ ୨୧-୧୮, ୨୧-୮ ସିଧା ଗେମ୍‌ରେ ପରାସ୍ତ କରିଥିଲେ । ତେବେ ଥୋମାସ୍ କପ୍ ବିଜେତା ପ୍ରିୟାଂଶୁ ରାଜାୱତ୍‌, କିରନ୍ ଜର୍ଜ ଓ ଶୁଭଙ୍କର ଦେ ଦ୍ୱିତୀୟ କ୍ୱାଲିଫିକେସନ୍ ରାଉଣ୍ଡ୍ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି । ସେଲେକ୍ସନ ଟ୍ରାଏଲ୍ ଶୀର୍ଷରେ ରହି ଥୋମାସ୍ କପ୍ ସ୍କ୍ୱାଡ୍‌ରେ ସ୍ଥାନ ପାଇଥିବା ପ୍ରିୟାଂଶୁ ପ୍ରଥମ କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ଫ୍ରାନ୍ସର କ୍ରିଷ୍ଟୋ ପୋପୋଭ୍‌ଙ୍କୁ ୨୧-୧୭, ୨୧-୧୬ରେ ହରାଇଥିଲେ ମଧ୍ୟ ଦ୍ୱିତୀୟ ରାଉଣ୍ଡ୍‌ରେ ଚୀନ୍‌ର ଲି ଶି ଫେଙ୍ଗ୍‌ଙ୍କଠରୁ ୧୦-୨୧, ୨୪-୨୨, ୧୨-୨୧ରେ ପରାଜିତ ହୋଇଥିଲେ । ଓଡ଼ିଶା ଓପନ୍ ଚାମ୍ପିଅନ୍ କିରନ୍ ପ୍ରଥମ ରାଉଣ୍ଡ୍‌ରେ ଡେନ୍‌ମାର୍କର ଭିକ୍ଟର ସ୍ୱେଣ୍ଡ୍‌ସେନଙ୍କ ବିପକ୍ଷରେ ୨୧-୧୯, ୧୩-୨୧, ୨୧-୧୩ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ରାଉଣ୍ଡ୍‌ରେ ଜର୍ମାନୀର କାଇ ଶାଫେର୍‌ଙ୍କଠାରୁ ୧୭-୨୧, ୨୧-୧୪, ୧୬-୨୧ରେ ପରାସ୍ତ ହୋଇଥିଲେ । ସେହିପରି ଫ୍ରାନ୍ସର ଆର୍ନଡ୍ ମର୍କେଲ୍‌ଙ୍କୁ ପ୍ରଥମ ରାଉଣ୍ଡ୍‌ରେ ୨୧-୧୬, ୧୭-୨୧, ୨୧-୧୭ରେ ପରାଜିତ କରିଥିବା ଶୁଭଙ୍କରଙ୍କୁ ଡେନ୍‌ମାର୍କର ମାଡ୍ସ କ୍ରିଷ୍ଟୋଫରସେନ୍ ୧୪-୨୧, ୨୧-୧୮, ୭-୨୧ରେ ପରାସ୍ତ କରିଥିଲେ । ଶୀର୍ଷ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ଓ ବି ସାଇ ପ୍ରଣୀତଙ୍କ ସମେତ ଭାରତର ଅନ୍ୟ ଖେଳାଳି ବୁଧବାର ସେମାନଙ୍କ ଅଭିଯାନ ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking