31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଶା କର୍ମୀଙ୍କୁ ହୁ ର ପ୍ରଶଂସା

ଆଶା କର୍ମୀଙ୍କୁ ହୁ ର ପ୍ରଶଂସା

ନୂଆଦିଲ୍ଲୀ: ୭୫ତମ ଓ୍ୱାର୍ଲଡ ହେଲଥ ଆସେମ୍ବଲି ଅବସରରେ ହୁ ଭାରତର ଆଶା କର୍ମୀଙ୍କୁ ପ୍ରଶଂସା କରି ଟ୍ୱିଟ କରିଛି । ଗ୍ରାମାଞ୍ଚଳ ଓ ଆର୍ଥିକ ଅନଟନରେ ରହୁଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ଆଶା । ଏହାସହ ଆଶା କର୍ମୀଙ୍କ ସେବା ମନବୃତ୍ତି ଯୋଗୁ ସାରା ଦେଶରେ ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ଅନେକ ଉନ୍ନତି ଆସିଥିବା ବେଳେ ନବଜାତକଙ୍କ ଟିକାକରଣ ସୁରୁଖୁରୁରେ ହେବା ନେଇ ଆଶାମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ଆଶାକର୍ମୀ ହ୍‌କୁ ପ୍ରଶଂସା କରିଛି ହୁ । କୋଭିଡ-୧୯ ମହାମାରୀ ବେଳେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଆଶାମାନଙ୍କ ଭୂମିକା ପ୍ରଶଂସନୀୟ । ୧ ମିଲିୟନ ଆଶା କର୍ମୀଙ୍କ ପାଇଁ ଭାରତର ଅପହଞ୍ଚ ଇଲାକାରେ ଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁର ପ୍ରଶଂସା ପରେ ଆଶା କର୍ମୀଙ୍କ କାର‌୍ୟ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭୀୟ । କରୋନା କାଳରେ ସେମାନେ ଫ୍ରଣ୍ଟଲାଇନରେ ରହି ଗୁରୁଦାୟିତ୍ୱ ତୁଲାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking