26.1 C
Bhubaneswar
Friday, March 29, 2024
Homeଆସାମ ନିର୍ବାଚନପଶ୍ଚିମବଙ୍ଗରେ ଦିଦି, ଆସାମ୍‌ରେ ବିଜେପି ଆଗରେ

ପଶ୍ଚିମବଙ୍ଗରେ ଦିଦି, ଆସାମ୍‌ରେ ବିଜେପି ଆଗରେ

ନୂଆଦିଲ୍ଲୀ : ଭୋଟ୍ ଗଣତି ଅବ୍ୟାହତ ରହିଛି । ଦିନ ୧ଟା ସୁଦ୍ଧା ଯାହା ଖବର ମିଳିଛି । ସେଥିରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଯାଉଥିବାର ସୂଚନା ମିଳୁଛି । ସତଚେଷ୍ଟା ସତ୍ତ୍ୱେ ବିଜେପି ଦିଦିଙ୍କୁ ହରାଇବା ସମ୍ଭବ ହେଉନାହିଁ । ଆସାମ୍‌ରେ ବିଜେପି ପୁଣି ଫେରିବାକୁ ଯାଉଛି । କଂଗ୍ରେସ ଏଠାରେ ଫେଲ୍ ମାରୁଛି । କେରଳ ନୂଆ ଇତିହାସ ହେବାକୁ ଯାଉଛି । ଏଲ୍‌ଟିଏଫ୍ ପୁଣି କ୍ଷମତାକୁ ଫେରିବାର ସୂଚନା ଦେଖାଦେଇଛି । ୟୁଡିଏଫ୍‌ ଏଠାରେ ପଛରେ ପଡ଼ିଛି । କେରଳରେ ସାଧାରଣତଃଃ ଗୋଟିଏ ଦଳ ଥରେ କ୍ଷମାତୁ ଆସିଲେ ପରବର୍ତ୍ତୀ ନିର୍ବାଚନରେ ଅନ୍ୟଦଳ କ୍ଷମତାକୁ ଆସିଥାଏ । ଲଗାତାର ଭାବେ ଗୋଟିଏ ଦଳକୁ କେରଳବାସୀ ବାରମ୍ବାର କ୍ଷମତାକୁ ଆଣିବାର ବହୁ ନଜିର ରହିଛି । ତାଳିମଲନାଡୁରେବି ଡିଏମ୍‌କେ ପୁଣି କ୍ଷମତାକୁ ଫେରିବାକୁ ଯାଉଛି । ଏଠାରେ ଏଆଇଏଡଇଏମ୍‌କେ ସହିତ ବିଜେପି ମେଣ୍ଟ କରିଥିଲେ ବି ଫାଇଦା ପାଇବନାହିଁ ବୋଲି ଦେଖାଦେଇଛି । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ କଂଗ୍ରେସକୁ ପଛରେ ପକାଇ ବିଜେପି କ୍ଷମତାକୁ ଆସୁଥିବା ସୂଚନା ମିଳିଛି । ଏଠାରେ ଗଣତିରେ କଂଗ୍ରେସ ଠାରୁ ବିଜେପି ଢ଼େର୍ ଆଗରେ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking