34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହାଜିରା ଦେବା ପାଇଁ ଏନସିବି ଅଫିସରେ ଆର୍ୟାନ ଖାନ

ହାଜିରା ଦେବା ପାଇଁ ଏନସିବି ଅଫିସରେ ଆର୍ୟାନ ଖାନ

ନୂଆଦିଲ୍ଲୀ: ଜାମିନରେ ବାହାରିଥିବା ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନ ଆଜି ହାଜିରା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସ ପହଂଚିଥିଲେ । ତାଙ୍କ ସହିତ ଶାହାରୁଖଙ୍କ ବଡିଗାର୍ଡ ବି ଥିଲେ । ଆର୍ୟାନ ଖାନ ଜାମିନରେ ବାହାରେ ଅଛନ୍ତି । ମୁମ୍ବାଇ ହାଇକୋର୍ଟ ଆର‌୍ୟନ ଖାନଙ୍କୁ ଅନେକ ସର୍ତ୍ତ ରଖି ଜାମିନ ଦେଇଥିଲେ । ଏହା ଅନୁସାରେ ପ୍ରତି ଶୁକ୍ରବାର ତାଙ୍କୁ ସକାଳ ୧୧ରୁ ୨ଟା ମଧ୍ୟରେ ମୁମ୍ବାଇସ୍ଥିତ ଏନସିବି ଦପ୍ତରରେ ହାଜିରା ଦେବାକୁ ପଡିବ । ଆର୍ୟାନ ୩୦ ଅକ୍ଟୋବରରେ ଜେଲରୁ ମୁକୁଳିଥିଲେ ।   କହିରଖୁଛୁ ଯେ, ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱଙ୍ଖଡେଙ୍କ ନେତୃତ୍ୱରେ ଏକ ଟିମ ୨ ଅକ୍ଟୋବରରେ ମୁମ୍ବାଇର ଏକ କ୍ରୁଜ ଉପରେ ଚଢାଉ କରିଥିଲେ ଓ ଡ୍ରଗ୍ସ ଜବତ କରିଥିଲେ । ଏହି ଆରୋପରେ ଆର୍ୟାନ ଖାନ, ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଏନସିବି ପ୍ରାୟ ୨୦ ଜଣଙ୍କୁ ଗିରଫ କରିଛି । ତେବେ ଜାମିନରେ ଅନେକ ବାହାରି ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking