27.1 C
Bhubaneswar
Friday, March 29, 2024
Homeଅପରାଧଆଜି ବି ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ୍‌, ଶାହାରୁଖଙ୍କୁ ଭେଟିବାକୁ ମନ୍ନତରେ ପହଞ୍ଚିଲେ ସଲମାନ୍

ଆଜି ବି ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ୍‌, ଶାହାରୁଖଙ୍କୁ ଭେଟିବାକୁ ମନ୍ନତରେ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ଆର୍ଯ୍ୟନ୍‌ଙ୍କୁ ମିଳିଲାନି ବେଲ୍ । ଆସନ୍ତାକାଲି ଯାଏଁ ପୁଣି ଘୁଞ୍ଚିଲା ଶୁଣାଣି । ମୁମ୍ବାଇ କ୍ରୁଜ୍ ପାର୍ଟିରେ ଗିରଫ ହୋଇଥିବା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଆଜି କୋର୍ଟରେ ବେଲ୍ ମିଳିପାରି ନାହିଁ । ତାଙ୍କ ବେଲ୍ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି । ତେବେ ଇତି ମଧ୍ୟରେ ଖବର ଆସିଛି ଯେ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ କିଛି ସମୟ ପୂର୍ବରୁ ଶାହାରୁଖଙ୍କୁ ଭେଟିବାକୁ ତାଙ୍କ ବଙ୍ଗଳା ‘ମନ୍ନତ’ରେ ପହଞ୍ଚିଛନ୍ତି । ଶାହାରୁଖଙ୍କୁ ସପୋର୍ଟ କରିବା ପାଇଁ ସେ ତାଙ୍କ ଘରକୁ ଯାଇଛନ୍ତି । ତେବେ ଆର୍ଯ୍ୟନ୍ ଗିରଫ ହେବା ପରେ ତାଙ୍କର କୌଣସି ଶୁଣାଣିରେ ଶାହାରୁଖ ଖାନ୍ କୋର୍ଟକୁ ଯାଇ ନାହାନ୍ତି । ସବୁ ଶୁଣାଣିକୁ ତାଙ୍କ ମ୍ୟାନେଜର ପୂଜା ଦଦଲାନୀ ଓ ବଡିଗାର୍ଡ ଯାଇଥିବା ଦେଖାଯାଇଛି । ସୂଚନାଯୋଗ୍ୟ, ୧୨ ଅକ୍ଟୋବରରେ ସଲମାନ୍ ଖାନ୍ ବାପା ସଲିମ୍ ଖାନ୍‌ଙ୍କ ସହ ଶାହାରୁଖଙ୍କୁ ଭେଟିବା ପାଇଁ ତାଙ୍କ ବଙ୍ଗଳାକୁ ଯାଇଥିଲେ । ଆଜି ସନ୍ଧ୍ୟାରେ ମଧ୍ୟ ସଲମାନ ତାଙ୍କୁ ସପୋର୍ଟ କରିବାକୁ ପହଞ୍ଚିଛନ୍ତି । ସଲମାନ୍ ଖାନ୍ ମନ୍ନତ ଯାଉଥିବା ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ପୂଜା ଦଦଲାନୀ ୨୦୨୧ ମସିହାରୁ ହିଁ ଶାହାରୁଖ ଖାନ୍‌ଙ୍କ ମ୍ୟାନେଜର ଭାବେ କାମ କରୁଛନ୍ତି । ତାଙ୍କ ପରିବାରର ସେ ଖୁବ୍ ନିକଟତର । ଆର୍ଯ୍ୟନ୍‌ଙ୍କୁ ବେଲ୍ ନ ମିଳିବାରୁ କୋର୍ଟରେ ପୂଜାଙ୍କୁ କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଆଜି ମଧ୍ୟ ପୂଜା କୋର୍ଟକୁ ଯାଉଥିଲେ । କିନ୍ତୁ ଆଜି ମଧ୍ୟ ତାଙ୍କ ଆଶା ଆଶାରେ ହିଁ ରହିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking