ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ଭାରତର ରାଜଧାନୀରେ ଆରମ୍ଭ ହେଲା କେଜ୍ରିୱାଲ ଶାସନ

ନୂଆଦିଲ୍ଲୀ :ତୃତାୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଲେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ । କେଜ୍ରିୱାଲଙ୍କ ସହିତ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଏମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ ।
ଶପଥ ଗ୍ରହଣ ପାଇଁ ରାମଲୀଳା ମୈଦାନ କୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଥିଲା । କେଜ୍ରିୱାଲଙ୍କ ଆପ ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚରେ ୭୦ରୁ ୬୨ଟି ଆସନରେ ବିଜୟୀ ହୋଇଥିଲା । ସରକାରୀ ଅଧିସୂଚନା ଅନୁସାରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ।ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ମଞ୍ଚରେ ସଫାଇ କର୍ମଚାରୀ, ଡାକ୍ତର, ବାଇକ ଆମ୍ବୁଲାନ୍ସ ରାଇଡର୍ସ, ଓ୍ଵର୍କର୍ସ, ଇଞ୍ଜିନିୟର ସମେତ ବିଭିନ୍ନ ବିଭାଗରେ ଯୋଗଦାନ କରିଥିବା ୫୦ ଜଣ ଦିଲ୍ଲୀର ନିର୍ମାତା ମଧ୍ୟ ଉପସ୍ଥିତ ରହିଥିଲେ ।
https://onakhabar.com/2020/02/16/kejriwal-to-take-oath-as-chief-minister-of-delhi-today/