28.1 C
Bhubaneswar
Saturday, April 20, 2024
Homeଓଡିଶାଲୋକଙ୍କ ମନ ଜିଣିବାକୁ ଲାଗିଛନ୍ତି ଅରୁପ

ଲୋକଙ୍କ ମନ ଜିଣିବାକୁ ଲାଗିଛନ୍ତି ଅରୁପ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପକ୍ଷରୁ କରାଯାଇଥିବା “ଓଡ଼ିଶା ମୋ ପରିବାର”ର ଦାୟିତ୍ୱ ବମ୍ବେର ପୂର୍ବତନ ପୁଲିସ କମିଶନର ତଥା ଦଳର ନେତା ଅରୁପ ପଟ୍ଟନାୟକଙ୍କୁ ଦେଇଛନ୍ତି । ଅରୁପ ପଟ୍ଟନାୟକ ମୋ ପରିବାରର ଦାୟିତ୍ୱ ନେବା ପରଠାରୁ ସେ ତାଙ୍କ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିଥିବା ଦେଖାଯାଉଛି । ବାସ୍ତବିକ ଓଡ଼ିଶାକୁ ତାଙ୍କର ପରିବାର ଭାବରେ ଗ୍ରହଣ କରିବା ପାଇଁ ସେ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି ତାଙ୍କ ନିର୍ବାଚନ କ୍ଷେତ୍ର ଭୁବନେଶ୍ୱରରୁ ।
ପୂର୍ବରୁ ବିଭିନ୍ନ ସଙ୍ଗଠନ ଓ ସଂସ୍ଥା ସହ ଯେତିକି ନିଜକୁ ଯୋଡ଼ୁଥିଲେ ଏବେ ତାହା ଆହୁରି ଜୋରଦାର ହୋଇଛି । ସେ ଏବେ ଛୋଟଠୁ ବଡ଼ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ଯାଇ ସାମିଲ ହେଉଛନ୍ତି । କୌଣସି କାର୍ଯ୍ୟକ୍ରମକୁ ସେ ଆଉ ବାଛ ବିଚାର କରୁନାହାଁନ୍ତି । ସମସ୍ତଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରିବା ପାଇଁ ସେ ଲାଗି ପଡ଼ିଛନ୍ତି । ତାଙ୍କର ଏପରି ଲୋକଙ୍କ ସହ ଯୋଡ଼ି ହେବା କାର୍ଯ୍ୟକ୍ରମକୁ ଜୋରଦାର କରିବା ପଛର କାରଣ ନେଇ ମଧ୍ୟ ଆଲୋଚନା ହେଉଛି । ଗତ ସାଧାରଣ ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଅଳ୍ପ ଭୋଟରେ ସେ ହାରିଗଲେ ।
ଏହି ହାରିବା ପାଇଁ ତାଙ୍କର ଯେଉଁ କାରଣ ବୋଲି ଦର୍ଶାଗଲା ତାହାକୁ ଦୂର କରିବା ପାଇଁ ସେ ଲୋକଙ୍କ ସହ ଯୋଡ଼ି ହେବାକୁ ଏବଂ ସେ ଅଛୁଆଁ ନୁହଁନ୍ତି ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ବ୍ୟକ୍ତି ବୋଲି ପ୍ରତିପାଦିତ କରିବାକୁ ଲାଗିଛନ୍ତି । ତାଙ୍କ ବିରୋଧରେ ସେତେବେଳେ ବଡ଼ ଅସ୍ତ୍ର ଭାବେ ପ୍ରଚାର କରାଯାଇଥିଲା ଯେ, ସେ ଲୋକଙ୍କ ସହ ମିଶନ୍ତି ନାହିଁ । ପୁଲିସ ଅଫିସର ହୋଇଥିବାରୁ ତାଙ୍କର ଅଦବ କାଇଦା ରହିଛି । ଭୋଟ ସରିଲେ ତାଙ୍କୁ ପାଇବା କଷ୍ଟକର ହେବ । ବିରୋଧୀଙ୍କ ଏହି ଅପପ୍ରଚାର ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ବାସ୍ତବିକ ସେ ହଠାତ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଓଡ଼ିଶାର ଲୋକ ହୋଇଥିଲେ ବି ଏହା ପୂର୍ବରୁ ସେ କୌଣସି କାର୍ଯ୍ୟକ୍ରମରେ ଭାଗ ନେଉ ନ ଥିଲେ । ଅନ୍ୟପଟରେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିଜେପିର ଅପରାଜିତା ଭୁବନେଶ୍ୱର ମହାନଗର ନିଗମର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସରକାରୀ ବିଭାଗର ବିଭିନ୍ନ ପଦପଦବୀରେ ରହି ଲୋକଙ୍କ ସହ ପରିଚିତ ହୋଇଥିଲେ ।
ଏଣୁ ସେ ଲୋକଙ୍କ ପାଇଁ ଅଛୁଆଁ ବୋଲି ଯେଉଁ ଦାଗ ତାଙ୍କ ଦେହରେ ସେତେବେଳେ ଲଗାଯାଇଥିଲା ତାହାକୁ ଭୁଲ ପ୍ରମାଣି କରିବା ଓ ସେ ଦାଗକୁ ଲିଭାଇବା ପାଇଁ ପ୍ରୟାସ ଚଳାଇଥିବା ଦେଖାଯାଉଛି । ଯିଏ ଯେଉଁ କାର୍ଯ୍ୟକ୍ରମରେ ଡାକୁଛନ୍ତି ସେ ଯାଇ ହାଜର ହେଉଛନ୍ତି । ସେ ଜଣାଇବାକୁ ଚାହୁଁଛନ୍ତି ତାଙ୍କ ସମ୍ପର୍କରେ ଅପପ୍ରଚାର କରାଯାଇଥିଲା । ବାସ୍ତବ କ୍ଷେତ୍ରରେ ଅପରାଜିତା ବିହାରର ଝିଅ ହୋଇ ନିଜର ହୋଇଥିଲା ବେଳେ ଅରୁପ ଓଡ଼ିଆ ଓ ଡେଲାଙ୍ଗ ମାଟିର ପୁଅ ହୋଇଥିଲେ ବି ତାଙ୍କୁ ପର କରିଦିଆଯାଇଥିଲା । ଏହି ଧାରାକୁ ଭାଙ୍ଗିବା ପାଇଁ ସେ କ୍ରମାଗତ ଉଦ୍ୟମ ଚଳାଉଥିବା କଥା ରାଜନୈତିକ ମହଲରେ ଆଲୋଚନା ହେଉଛି । ଗୁରୁବାର ମାଣବଶା କାର୍ଯ୍ୟକ୍ରମରୁ ଆରମ୍ଭ କରି ଅଷ୍ଟପ୍ରହରୀ ନାମଯଜ୍ଞ, କ୍ଲ୍ବ ଫଙ୍ଗସନ, ଖେଳ ସବୁଥିରେ ଯାଇ ସେ ହାଜର ହୋଇଯାଉଛନ୍ତି । ବିଭିନ୍ନ୍ ସାମାଜିକ ଅନୁଷ୍ଠାନ ସହ ଜିତ ହେଉଛନ୍ତି । ଲୋକେ ତାଙ୍କୁ ସହଜରେ ପାଇପାରୁଛନ୍ତି ।
ନିକଟରେ ସହିଦନଗରଠାରେ ଆୟୋଜିତ ମାଣବଷା ପୂଜାରେ ଅରୁପ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା । ଓଡ଼ିଶା ମ୍ୟୁଜିକ ଆୱାର୍ଡ କାର୍ଯ୍ୟକ୍ରମରେ ବି ତାଙ୍କୁ ଦେଖାଯାଇଥିଲା । ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ଆୟୋଜିତ କାର୍ଯ୍ୟରେ ବି ସେ ସାମିଲ ହୋଇଥିଲେ । ପାୱାର ଲିଫଟିଂ ଆସୋସିଏଶନ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ସଭାରେ ମଧ୍ୟ ସେ ମୁଖ୍ୟ ଅତିଥି ହୋଇଥିଲେ । ଖୋର୍ଦ୍ଧାରେ ଆୟୋଜିତ ବିଜେଡି ସମ୍ମିଳନୀରେ ବି ଅନ୍ୟନେତାମାନଙ୍କ ସହ ତାଙ୍କୁ ଦେଖାଯାଇଥିଲା ।

ଭୁବନେଶ୍ୱରସ୍ଥିତ ଗଣ୍ଡାରପୁରଠାରେ ଆୟୋଜିତ ୟୁନାଇଟେ ୟଥ ସ୍ପୋର୍ଟ କାର୍ଯ୍ୟକ୍ରମରେ ସେ ଥିଲେ । ଖୋର୍ଦ୍ଧା ଲୋକଉତ୍ସବରେ ବି ସେ ସାମିଲ ହୋଇଥିଲେ । ଭୁବନେଶ୍ୱରଠାରେ ଆୟୋଜିତ ବାଲିଯାତ୍ରା ପଡ଼ିଆରେ ସାମାଜିକ ଅନୁଷ୍ଠାନ ଜୟ ଓଡ଼ିଶା ସହ ମିଶି ସଫେଇ କାର୍ଯ୍ୟକ୍ରମ କରିଥିଲେ । ଜନତା ବସ୍ତିରେ ଆୟୋଜିତ ଅଷ୍ଟପୟହରି ପୂଜାରେ ମଧ୍ୟ ସେ ଯାଇ ପହଂଚିଥିଲେ । ଏହିରପି ବିଭିନ୍ନ କାର୍ଯ୍ୟକମରେ ଅନୁପଙ୍କୁ ଦେଖିବାକୁ ମିଳୁଥିବାରୁ ତାଙ୍କୁ ନେଇ ରାଜୈତିକ ଚର୍ଚ୍ଚା ଜୋର ଧରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking