32.1 C
Bhubaneswar
Thursday, March 28, 2024
Homeଓଡିଶାଭଙ୍ଗା ଝାଟିମାଟି ଘରେ ଦିନ କାଟୁଛନ୍ତି ଅରୁଣ

ଭଙ୍ଗା ଝାଟିମାଟି ଘରେ ଦିନ କାଟୁଛନ୍ତି ଅରୁଣ

ଢେଙ୍କାନାଳ : ଗରିବ ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାର ଗଢିଚାଲିଛନ୍ତି ଯୋଜନା ପରେ ଯୋଜନା । କିନ୍ତୁ ଦଃୁଖର ବିଷୟ ଏହି ଯୋଜନା ଗୁଡିକ ଗରିବ ଲୋକଙ୍କ ନିକଟରେ ପହଂଚି ପାରୁନାହିଁ । ଇନ୍ଦିରା ଆବାସ ଯୋଜନାରେ ଖଣ୍ଡିଏ ଘର ମିଳିଥିଲେ ମଧ୍ୟ ଏବେବି ଭଙ୍ଗା ଝାଟିମାଟି ଘର ତଳେ ଦିନକାଟୁଛନ୍ତି ପରିବାର । ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଗ୍ରାମ ପଂଚାୟତର ଚାଉଳିଆ ଖମାର ଗ୍ରାମର ଅରୁଣ ନାଏକଙ୍କ ନିକଟରେ । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଗ୍ରାମ ପଂଚାୟତର ଚାଉଳିଆ ଖମାର ଗ୍ରାମର ଅରୁଣ ନାଏକ (୫୧) । ସେ ପେଷାରେ ଜଣେ କଳାକାର । କଳାକାର କାମ କରି ଯାହା ଦି ପଇସା ରୋଜଗାର କରିଥାନ୍ତ ସେଥିରେ ପରିବାର ଚଳାଇବା କଷ୍ଟ ହୋଇଥାଏ । ମାତ୍ର ଦୁଃଖର ବିଷୟ ୨୦୧୧ ମସିହାରେ ଅରୁଣ ନାଏକଙ୍କୁ ଇନ୍ଦିରା ଆବାସ ଯୋଜନାରେ ଖଣ୍ଡିଏ ପକ୍କା ଘର ମିଳିଥିଲା ।

ପଂଚାୟତ ତରଫରୁ ଘର ତିଆରି କରୁଥିବା ଠିକାଦାରଙ୍କ ଜରିଆରେ ପ୍ରଥମ କିସ୍ତି ୫ ହଜାର, ୨ୟ କିସ୍ତି ୫ ହଜାର ଟଙ୍କା, ୩ ୟ କିସ୍ତିରେ ୨୦ ହଜାର ଟଙ୍କା ଉଠାଇ ସାରିବା ପରେ ସଂପୃକ୍ତ ଠିକାଦାର ଘର କାମ ଅଧାରେ ଛାଡିଦେଲା । ଫଳରେ ଅରୁଣଙ୍କ ପରିବାର ଦିର୍ଘ ୧୧ ବର୍ଷ ହେଲା ଏହି ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି । ଆଜକୁ ଦୁଇ ବର୍ଷ ହେଲା ଘରେ ରହିବା କଷ୍ଟକର ହୋଇଯିବାରୁ ସ୍ତ୍ରୀ ଓ ପିଲାମାନେ ଶ୍ୱଶୁର ଘରେ ଯାଇ ଆଶ୍ରୟ ନେଇଛନ୍ତି । ମାତ୍ର ସରକାର ବାସହିନଙ୍କ ପାଇଁ ପକ୍କା ଘର ଯୋଗାଇଦେବା ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଉଛି ଅରୁଣଙ୍କ ପରିବାର । ତେବେ ତାଙ୍କୁ ପୁନର୍ବାର ଆବାସ ଯୋଜନାରେ ଗୃହ ଖଣ୍ଡିଏ ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଅରୁଣ ନାଏକ । ତେବେ ପ୍ରଶାସନ ଏଥିପ୍ରତି ଦୃୃଷ୍ଟି ଦେବା ସହ ଅରୁଣଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ପ୍ରଦାନ କରିବାକୁ ଅଚଂଳବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking