28.1 C
Bhubaneswar
Saturday, April 20, 2024
Homeଓଡିଶାସାରଥୀଙ୍କ ସମ୍ପର୍କରେ ଅରୁଣ ବୋଥ୍ରାଙ୍କ ମହା ଖୁଲାସା,ପୋଲିସ ଅଧିକାରୀ ବି ମାନୁଥିଲେ ସାରଥୀଙ୍କ ପାଖରେ ଥିଲା...

ସାରଥୀଙ୍କ ସମ୍ପର୍କରେ ଅରୁଣ ବୋଥ୍ରାଙ୍କ ମହା ଖୁଲାସା,ପୋଲିସ ଅଧିକାରୀ ବି ମାନୁଥିଲେ ସାରଥୀଙ୍କ ପାଖରେ ଥିଲା ଅଲୌକିକ ଶକ୍ତି

ଭୁବନେଶ୍ୱର: ଆଇପିଏସ ଅରୁଣ ବୋଥ୍ରା ବଖାଣିଲେ ସାରଥୀଙ୍କ କାହାଣୀ । ଏବେ ସାରଥୀଙ୍କୁ ଗିରଫ କରିଥିବା ଆଇପିଏସ ଅରୁଣ ବୋଥ୍ରା କିଛି ରୋଚକ କଥା ସାମ୍ନାକୁ ଆଣିଛନ୍ତି । ଭଣ୍ଡ ସନ୍ତୋଶ ରାଉଲ ଓରଫ ସାରଥୀ କିଭଳି ଭଗବାନ ପାଲଟିଗଲେ ? କିଏ ତାଙ୍କୁ ଅବତାର ପୁରୁଷ ବନାଇ ଦେଲା ? କିପରି ସିମେଣ୍ଟ ଗାଈରୁ କ୍ଷୀର ବାହାରୁଥିଲା ? ଖୋଦ୍ ସାରଥୀର ବୟାନ ଆଧାରରେ ନିଜର ଟ୍ବିଟର ହ୍ୟାଣ୍ଡେଲରେ ଅରୁଣ ଏ ସବୁର ଖୁଲାସା କରିଛନ୍ତି । ଅରୁଣ କହିଛନ୍ତି, ସାରଥୀ ଜାଣିଥିଲେ ସେ ଭଗବାନ ନୁହଁନ୍ତି । ଲୋକେ ତାଙ୍କୁ ଭଗବାନ ବୋଲି ଘୋଷଣା କରି ଅବତାର ପୁରୁଷ କରିଦେଲେ । ଆଉ ମିଛରେ ହେଉ ପଛେ ଭଗବାନ ହେବାର ଖୁସିକୁ ସେ ହରାଇବାକୁ ଚାହୁଁ ନ ଥିଲେ । ସେଥିଲାଗି ନିଜର କୌଣସି ଚମତ୍କାର ନାହିଁ ଜାଣି ବି ପବ୍ଲିକରେ ମିଛ ଚମତ୍କାରକୁ ଅସ୍ବୀକାର କରି ନ ଥିଲେ । ଏପିରିକି ସିମେଣ୍ଟ ଗାଈରୁ ସାରଥୀ କଣ କ୍ଷୀର ବାହାର କରିବେ, ଓଲଟି ଲୋକେ ଏଭଳି କହିବାରୁ ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଥିଲେ ।
ଅରୁଣ ବୋଥ୍ରା ଟ୍ୱିଟ କରି ଲେଖଛନ୍ତି- ‘ଯେତେବେଳେ ସାରଥୀକୁ ଗିରଫ କରିବାକୁ ବାହାରିଲୁ, ଆମର ଜଣେ ଷ୍ଟାଫ୍ କେୟାରଫୁଲ ରହିବାକୁ ସତର୍କ କଲେ । ସେ ମୋତେ ତାଙ୍କ ଶକ୍ତିରେ ଭସ୍ମ କରିଦେଇପାରନ୍ତି । ମୁଁ ଜାଣିଥିଲି ଏସବୁ ଅର୍ଥହୀନ କଥା । କିନ୍ତୁ ଭାବିଲି ଖୋଦ୍ ସାରଥୀକୁ ତାଙ୍କ ଶକ୍ତି ବିଷୟରେ ପଚାରି ଦିଏ ।ସାରଥୀଙ୍କୁ ଗିରଫ କରିବା ବେଳେ ତାଙ୍କୁ ଆଇପିଏସ୍ ଅରୁଣ ବୋଥ୍ରା ପଚାରିଥିଲେ କିଛି ପ୍ରଶ୍ନ । ଯାହା ସେ ନିଜେ ଟ୍ବିଟ୍ କରି ଲେଖିଛନ୍ତି ।
ଆଇପିଏସ୍ ଅରୁଣ ବୋଥ୍ରାଙ୍କ ଟ୍ୱିଟ୍ ରୁ ବୁଝି ହେଉଛି କେମିତି ସାରଥୀ ନିଜେ ନିଜକୁ ଭଗବାନ କହି ବୁଲୁଥିଲେ। ସବୁ ଜାଣି ବି ଚୁପ୍ ରହିଥିଲେ । ଅରୁଣ ବୋଥ୍ରା ଏସବୁ ଖୁଲାସା କରିବା ପରେ କିଛି ଟ୍ୱିଟର ୟୁଜର ମଧ୍ୟ ପ୍ରଶ୍ନ ପଚାରିଛନ୍ତି । ସାରଥୀଙ୍କୁ ପୋଲିସ ଥାର୍ଡ ଡିଗ୍ରୀ କରିଥିଲା କି ? ଏହା ଉପରେ ଉତ୍ତର ରଖି ଅରୁଣ ବୋଥ୍ରା କହିଛନ୍ତି ସାରଥୀଙ୍କୁ କୌଣସି ଥାର୍ଡ ଡିଗ୍ରୀ କରାଯାଇ ନାହିଁ । କେବଳ ସେତିକି ନୁହେଁ ସେ କିଭଳି ଅଭିଯୁକ୍ତର ବୟାନକୁ ପବ୍ଲିକଲି କହିପାରୁଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ଅରୁଣ ବୋଥ୍ରା କହିଛନ୍ତି, ଏହା ଚାର୍ଜସିଟର ଅଂଶବିଶେଷ ନୁହେଁ |
ତେବେ ଯାହା ହେଉନା କାହିଁକି ପୁଲିସ ମଧ୍ୟ ସାରଥୀଙ୍କ ପାଖରେ ଅଲୌକିକ ଶକ୍ତି ଥିବାର ବିଶ୍ୱାସ କରୁଥିବା କଥା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking