40.1 C
Bhubaneswar
Thursday, April 25, 2024
Homeଓଡିଶାବକେୟା ବିଦ୍ୟୁତ ବିଲ ପୈଠର ଶେଷ ତାରିଖ ଜାନୁଆରୀ ୧୫ , ନଚେତ କଟିବ ଲାଇନ...

ବକେୟା ବିଦ୍ୟୁତ ବିଲ ପୈଠର ଶେଷ ତାରିଖ ଜାନୁଆରୀ ୧୫ , ନଚେତ କଟିବ ଲାଇନ : ଅରୁଣ ବୋଥ୍ରା

ଭୁବନେଶ୍ୱର: ବକେୟା ବିଦ୍ୟୁତ ବିଲ ପୈଠ ନ କଲେ କଟିବ ଲାଇନ । ରାଜ୍ୟରେ ଅନେକ ବିଦ୍ୟୁତ ଉପଭୋକ୍ତାଙ୍କ ବିଲ ବକେୟା ରହିଛି । ଉପଭୋକ୍ତା ବିଜୁଳି ବିଲ ପୈଠ କରି ନାହାଁନ୍ତି । ସାଧାରଣ ଖାଉଟିଙ୍କ ଉପରେ ୨ହଜାର କୋଟି ଟଙ୍କାର ବିଦ୍ୟୁତ ବିଲ ବାକି ପଡ଼ିଛି । ବକେୟା ବିଦ୍ୟୁତ ବିଲ ନେଇ ଖାଉଟିଙ୍କ ପାଖକୁ ମେସେଜ ଯିବ । ଯେଉଁମାନେ ବିଦ୍ୟୁତ ବିଲ ଭରି ନାହାଁନ୍ତି ସେମାନଙ୍କ ପାଇଁ ଜାନୁଆରୀ ୧୫ ଯାଏଁ ଶେଷ ତାରିଖ ରହିଛି । ବକେୟା ବିଲକୁ ୬ଟି କିସ୍ତିରେ ଦେବାପାଇଁ ଉପଭୋକ୍ତାଙ୍କୁ ସୁଯୋଗ । ଏହି ସବୁ ପରେ ବି ଯଦି ଉପଭୋକ୍ତା ବିଦ୍ୟୁତ ବିଲ ପୈଠ ନ କରିବେ ତେବେ ଜାନୁଆରୀ ୧୫ରୁ ଲାଇନ କଟିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ବକେୟା ବିଲରୁ ଘରୋଇ ଉପଭୋକ୍ତାଙ୍କ ଉପରେ ୯୨ ପ୍ରତିଶତ ଅର୍ଥାତ ୧୦୨୩ କୋଟି ଟଙ୍କା ବାକି ରହିଛି । ସମୁଦାୟ ବିଦ୍ୟୁତ ବିଲ ବକେୟାରୁ ୨୦୯ କୋଟି ଉପରେ ଆପତ୍ତି ଅଭିଯୋଗ ହୋଇଛି ସେଥି ମଧ୍ୟରୁ ୧୦୮ କୋଟି ଶିଳ୍ପସଂସ୍ଥା ବିଲ ବାକି ପଡ଼ିଛି । ସେହିପରି ଘରୋଇ ଘରୋଇ ଗ୍ରାହକଙ୍କ ପାଖରେ ୧ହଜାର ୨୩କୋଟି ଟଙ୍କା ବିଦ୍ୟୁତ ବିଲ ବାକି ରହିଛି । ଏକ ଲକ୍ଷ ୪ହଜାର ଲୋକ ୨ବର୍ଷ ହେଲା କୈାଣସି ବିଲ ଦେଇ ନାହାଁନ୍ତି । ତେଣୁ ଏହି ବକେୟ ପଡ଼ିଥିବା ବିଦ୍ୟୁତ ବିଲ ଆଦାୟ ପାଇଁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ । ସେସୁର ଆର୍ଥିକସ୍ଥିତି ବର୍ତ୍ତମାନ ଭଲ ନାହିଁ । ତେଣୁ ଲୋକଙ୍କୁ ଗୁଣାତ୍ମକମାନଯୁକ୍ତ ବିଦ୍ୟୁତ ଦେବାକୁ ଆମକୁ ଅର୍ଥ ଦରକାର ବୋଲି ଏକ ପ୍ରେସ ମିଟରେ ଅରୁଣ ବୋଥ୍ରା ସୂଚନା ଦେଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking