28.1 C
Bhubaneswar
Saturday, April 20, 2024
Homeଭାଲେଣ୍ଟାଇନ ଦିବସଭାଲେଣ୍ଟାଇନ ଡେ’ରେ ଲାଗିବ ୧୪୪ ଧାରା; ଜାଣନ୍ତୁ କେଉଁଠି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଭାଲେଣ୍ଟାଇନ ଡେ’ରେ ଲାଗିବ ୧୪୪ ଧାରା; ଜାଣନ୍ତୁ କେଉଁଠି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରାଜଧାନୀରେ ଫିକା ପଡିବ ପ୍ରେମ ଦିବସ ମାନେ ଭାଲେଣ୍ଟାଇନ ଡେ । କାରଣ ଏହି ଦିନରେ ଦୁଇଟି ପ୍ରମୁଖ ସ୍ଥାନରେ ସିଆରପିସିର ୧୪୪ ଧାରା ଲାଗୁ କରାଯାଇଛି । ରାଜଧାନୀ ଦିଲ୍ଲୀର ଗୌତମ ବୁଦ୍ଧ ପୋଲିସ ନୋଏଡା ଏବଂ ଗ୍ରେଡର ନୋଏଡା ଉପରେ ଏହି ପ୍ରତିବନ୍ଧକ ଜାରି କରିଛି । ତେବେ ଭାଲେଣ୍ଟାଇନ ଡେ ଏବଂ ଆସନ୍ତା ଅନ୍ୟ ପର୍ବ ପର୍ବାଣୀଗୁଡିକ ପାଇଁ ଫେବୃଆରୀ ମାସକୁ ହିଁ ଏହି ପ୍ରତିବନ୍ଧକ ଲଗାଇଛି ପ୍ରଶାସନ ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଆସନ୍ତା ପର୍ବ ଏବଂ କୋଭିଡ-୧୯ ପ୍ରୋଟୋକୋଲକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ଫେବୃଆରୀ ୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ତେବେ ଏହାକୁ ଉଲ୍ଲଙ୍ଘନ କଲେ ଆଇପିସି ଧାରା-୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଗୌତମ ବୁଦ୍ଧ ପୋଲିସ ତରପରୁ ଘୋଷଣା କରାଯାଇଛି । ଆଇନ ଏବଂ ଅର୍ଡର ପାଇଁ ଅତିରିକ୍ତ ଡିସିପି ଅନୀଲ କୁମାର ଯାଦବଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶରେ ଫେବୃଆରୀ ୧୪ ତାରିଖରେ ଭାଲେଣ୍ଟାନ ଡେ ଏବଂ ଫେବୃଆରୀ ୧୮ ତାରିଖରେ ମହାଶିବରାତ୍ରୀ ଆଦି ପର୍ବ ସାମିଲ ରହିଛି । କଟକଣା ଯୋଗୁଁ ପର୍ବପର୍ବାଣୀରେ ଅସାମାଜିକ କାର୍ଯ୍ୟକଳାପକୁ ଏଡାଇ ଦିଆଯାଇପାରିବ । ୪ ରୁ ଅଧିକ ଲୋକଙ୍କୁ ନେଇ କୌଣସି ସ୍ଥାନରେ ମେଳ ହେବା ଉପରେ ମଧ୍ୟ କଟକଣା ଜାରି କରିଛି ପୋଲିସ ପ୍ରଶାସନ ।

ଏହାବ୍ୟତୀତ ଧାର୍ମିକ ସ୍ଥାନ ଏବଂ କ୍ଲବରେ ଲାଉଡ ସ୍ପିକର ଏବଂ ଡିଜେ ଇତ୍ୟାଦିକୁ ମଧ୍ୟ ଫେବୃଆରୀ ୨୮ ପର୍ଯ୍ୟନ୍ତ ବାରଣ କରାଯାଇଛି । ସେହିପରି ସାମାଜିକ ସ୍ଥାନରେ ମଦ୍ୟପାନକୁ ରୋକ ଲଗାଇବା ସହ ପ୍ରସେସନ, ସରକାରୀ କାର୍ଯ୍ୟାଳୟ ଏବଂ ଘର ନିକଟରେ ଡ୍ରୋନ ଉଡାଇବା କିମ୍ବା ଫଟୋ ଉଠାଇବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking