43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶଛତିଶିଗଡ ପହଞ୍ଚି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ

ଛତିଶିଗଡ ପହଞ୍ଚି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଓ ଛତିଶିଗଡ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ବାଘେଲା ଆଜି ସୁକମା- ବୀଜାପୁର ବର୍ଡରରେ ହୋଇଥିବା ନକ୍ସଲ ଆତଙ୍କ ଆକ୍ରମଣରେ ଜୀବନ ହାରିଇଥିବା ୧୪ ସୁରକ୍ଷାକର୍ମୀଙ୍କୁ ଜଗଦଲପୁର ଠାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।  ଏହାପରେ ଗୃହମନ୍ତ୍ରୀ ଆକ୍ରମଣ କରାଯାଇଥିବା ସ୍ଥାନକୁ ଯାଇଥିଲେ ।  ଏହି ଆକ୍ରମଣରେ ୨୨ ଯବାନ ସହୀଦ ହୋଇଥିଲେ ଓ ୩୧ ଯବାନ ଗୁରୁତର ଆହତ ହୋଇଛନ୍ତି । ଏହାପରେ ଗୃହମନ୍ତ୍ରୀ ଆହାତ ହୋଇଥିବା ଯବାନ ମାନଙ୍କୁ ସାକ୍ଷାତ କରିବେ ।  କୁହାଯାଉଛି କି, ଅମିତ ଶାହା ନିଜର ଏହି ଛତିଶିଗଡ ଗସ୍ତ ରେ ସମୀକ୍ଷା ବୈଠକରେ ଭାଗ ନେଇ ପାରନ୍ତି । ରବିବାର ଦିନ ଅମିତ ଶାହା ନକ୍ସଲ ମାନଙ୍କ ଆକ୍ରମଣରେ ୨୨ ଜଣ ଯବାନଙ୍କ ମୃତ୍ୟୁ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନକ୍ସଲ ମାନଙ୍କୁ ଉଚିତ ଉତ୍ତର ଦେବା ପାଇଁ କହିଥିଲେ ।

ଏଥିସହ ସେ କହିଛନ୍ତି ଯେ,  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ମାଓବାଦୀଙ୍କ ବିରୋଧରେ ଲଢେଇ ଜିତିହେବ । ଉଚ୍ଚ ସୁରକ୍ଷା ଅଧିକାରୀଙ୍କ ସହ ନକ୍ସଲ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିର ସମୀକ୍ଷା କରିଥିଲେ ଶାହା ।  ଆସାମରେ ନିର୍ବାଚନ ଯାତ୍ରା ବନ୍ଦ କରିବା ପରେ ସେ ନୂଆଦିଲ୍ଲୀ ଫେରୁଥିବା ବେଳେ ସୁଲୁଚିରେ କହିଛନ୍ତି ଯେ, ” ଆମର ଯବାନମାନେ ଆମକୁ ସହିଦ ହୋଇଛନ୍ତି ।  ଏହି ରକ୍ତପାତକୁ ଆମେ ବରଦାସ୍ତ କରିବୁ ନାହିଁ ଏବଂ ଉପଯୁକ୍ତ ସମୟ ଆସିଲେ ଉପଯୁକ୍ତ ଉତ୍ତର ଦେବୁ । “

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking