26.1 C
Bhubaneswar
Friday, March 29, 2024
Homeଅପରାଧଦେଶି ବନ୍ଧୁକ ସହ ଯୁବକ ଗିରଫ

ଦେଶି ବନ୍ଧୁକ ସହ ଯୁବକ ଗିରଫ

ଝାରସୁଗୁଡା : ଓରିଏଣ୍ଟ ପୁଲିସ ଦେଶି ବନ୍ଧୁକ ସହ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ସୁଶୀଲ କୁମାର ବୋଲି ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ସୁଶୀଲ କୁମାର ଦୁର୍ଗା ନଗର ଓ ମଣ୍ଡଳୀୟା ଅଂଚଳରେ ଏକ ଦେଶି ବନ୍ଧୁକ ଧରି 2-3 ଦିନ ହେବ ବୁଲାବୁଲି କରୁଥିଲା । ଏବିଷୟରେ ଖବରପାଇ ପୁଲିସ ସୁଶୀଲର ଗତିଵିଧି ଉପରେ ନଜର ରଖିବା ସହ ଆଜି ତାକୁ ଦୁର୍ଗନାଗାରରୁ ବନ୍ଧୁକ ସହ ଗିରଫ କରିଥିଲା । ଏହାପରେ ଧାରା 25 ଆର୍ମ ଆକ୍ଟରେ ଏକ ମାମଲା ୠଜୁକରି ସୁଶୀଲକୁ ପୁଲିସ କୋର୍ଟ ଚାଲାଣ କରିଛି । ତେବେ ଅଭିଯୁକ୍ତ ଜଣଙ୍କ ବିରୋଧରେ ପୂବରୁ କୌଣସି ଅପରାଧିକ ମାମଲା ନଥିବା ଥାନା ଅଧକାରୀ ବୈକୁଣ୍ଠବିହାରୀ ସେଠ କହିଛନ୍ତି । ସେହିପରି ସେ ବନ୍ଧୁକ କଉଠୁ ପାଇଲେ ଆଉ କେଉଁ ଉଦ୍ଦେଶ୍ୟରେ ବନ୍ଧୁକ ଧରି ବାହାରେ ବୁଲାବୁଲି କରୁଥିଲେ ସେ ନେଇ ତଦନ୍ତ ଚାଲିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking