39.1 C
Bhubaneswar
Wednesday, April 24, 2024
Homeଓଡିଶାଚୋରି କରି ଫେରାର ଥିବା ଅଭିଯୁକ୍ତ ଗିରଫ

ଚୋରି କରି ଫେରାର ଥିବା ଅଭିଯୁକ୍ତ ଗିରଫ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଚୋରିକରି ଫେରାର ଥିବା ଅଭିଯୁକ୍ତକୁ ଜୁନାଗଡ଼ ପୋଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଛି। ଜୁନାଗଡ ଥାନା କେଶ ନଂ. ୨୧୪ ତା.୦୯.୦୫.୨୦୨୨ ଆଇପିସିର ଧାରା ୩୯୪ ଅନୁସାରେ ଏକ କେଶ ରୁଜ୍ଜୁ କରି ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ଜଣେ ଫେରାର ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଗତ ୯ତାରିଖ ଦିନ ସହରର ପ୍ରଭାକର ସାହୁ ତାଙ୍କ ବୋଲେରୋ ଗାଡ଼ିରୁ ୭୦ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଏଥିନେଇ ଏକ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିଲା। ଗତ ୧୩ ତାରିଖରେ ଗଂଜାମ ଆସିକା ଅଂଚଳର ଅଭିଯୁକ୍ତ ଏ ଅଞ୍ଜନା ରାଓ ଙ୍କୁ ସ୍ଥାନୀୟ ଆକ୍ସିସ ବ୍ୟାଙ୍କ ସମ୍ମୁଖରୁ ଗିରଫ କରିଥିଲା ଏବଂ ଅନ୍ୟଜଣେ ସହଯୋଗୀ ସେଠାରୁ ଫେରାର ହୋଇ ଯାଇଥିଲା। ଅଭିଯୁକ୍ତଙ୍କ ଠାରୁ ନଗଦ ୮୪,୯୫୦ ଟଙ୍କା, ଏଆର ବ୍ୟାଗ ,ମୋବାଇଲ ଫୋନ, ରଡ଼ ଏବଂ ଗୋଟିଏ ୟୁନିକର୍ଣ୍ଣ ମୋଟର ସାଇକେଲ ଜବତ କରାଯାଇଛି।୨ ଅଭିଯୁକ୍ତ ଜିଲ୍ଲାର ଆହୁରି ୬ ଗୋଟି ବିଭିନ୍ନ ମାମଲାରେ ଜଡିତ ଥିବା ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଅଞ୍ଜନା କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଫେରାର ଅଭିଯୁକ୍ତ କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ସେ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking