30.1 C
Bhubaneswar
Sunday, July 3, 2022
Homeଓଡିଶାଭୁବନେଶ୍ୱରଡକାୟତି ମାମଲାରେ ୮ବର୍ଷ ପରେ ଗିରଫ

ଡକାୟତି ମାମଲାରେ ୮ବର୍ଷ ପରେ ଗିରଫ

ଭୁବନେଶ୍ୱର: ଏକ ଡକାୟତି ମାମଲାର ତଦନ୍ତ କରି ୮ବର୍ଷ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ସଦର ଥାନା ଅନ୍ତର୍ଗତ ତେଲେଙ୍ଗାପେଣ୍ଠରେ ରହୁଥିବା ଅମିତ କୁମାର ସାମନ୍ତରାୟ ଓରଫ ଲାଲୁ(୨୭) । ସୂଚନା ଅନୁଯାୟୀ, ୮ ବର୍ଷ ତଳେ ଅର୍ଥାତ ୨୦୧୪ ସେପ୍ଟମ୍ବର ୪ତାରିଖ ରାତିରେ ଗିରଫ ଅଭିଯୁକ୍ତ ଏବଂ ତା’ର କିଛି ସାଙ୍ଗ ଅଭିଯୋଗକାରୀଙ୍କ କାର୍‌କୁ କଟକରୋଡ ରାସ୍ତାରେ ବାଇକ ସାହାଯ୍ୟରେ ପିଛା କରିଥିଲେ । ସେମାନେ ଅଭିଯୋଗକାରୀଙ୍କ କାର ଡୋର ଖୋଲା ଅଛି ବୋଲି କହିବା ସହ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୋଗକାରୀ ନିଜ କାରର ଡୋର ଖୋଲାନଥିବା ଜାଣିପାରିବା ସହ ଅଭିଯୁକ୍ତଙ୍କର ମନ୍ଦ ଉଦ୍ଦେଶ୍ୟକୁ ଜାଣିପାରି ଗାଡ଼ି ଅଟକାଇନଥିଲେ । ଏହାଦେଖି ଅଭିଯୁକ୍ତମାନେ କାରକୁ ପିଛା କରି ଲକ୍ଷ୍ମୀସାଗର ଫାଣ୍ଡି ନିକଟରେ ଗାଡ଼ିକୁ ଅଟକାଇବା ସହ ଗାଡ଼ି ଚାଳକଙ୍କୁ ମାଡ଼ ମାରିଥିଲେ । ପରେ ଗାଡ଼ି ଚାଳକଙ୍କୁ କାରରୁ ଓହ୍ଲାଇ ଅଭିଯୁକ୍ତମାନେ ତାଙ୍କ ପକେଟରୁ ମୋବାଇଲ ଟଙ୍କା ଓ ଗାଡ଼ି ଚାବି ନେଇ ଯାଇଥିଲେ । ଅଭିଯୋଗକାରୀ ପାଟି କରିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା । ଫଳରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ଡ଼କାୟତି ମାମଲା ରୁଜୁ ହୋଇଥିଲା । ଏହି ଘଟଣାର ତଦନ୍ତ କରି ପୁଲିସ ୮ବର୍ଷ ପରେ ଅମିତଙ୍କୁ ଗିରଫ କରିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ପର୍ଯ୍ୟାୟକ୍ରମେ ଗିରଫ ହୋଇ ଏବେ ଜାମିନରେ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking