28.1 C
Bhubaneswar
Wednesday, April 24, 2024
Homeଓଡିଶାଶଳାଭାଉଜଙ୍କୁ କିସ୍ ମାଗି ନଣଦେଇ ଗିରଫ

ଶଳାଭାଉଜଙ୍କୁ କିସ୍ ମାଗି ନଣଦେଇ ଗିରଫ

ଭୁବନେଶ୍ୱର: ଶଳାଭାଉଜଙ୍କୁ ଅସଦାଚରଣ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସମ୍ପୃକ୍ତ ନଣନ୍ଦେଇକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳର ପ୍ରକାଶ ଦିଗଲ(୪୭) ବୋଲି ଜଣାଯାଇଛି । ଏନେଇ ପୁଲିସ  ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ପ୍ରକାଶ ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାର ଅଞ୍ଚଳରେ ରହୁଥିବାବେଳେ ଘରପାଖେ ତାଙ୍କର ଶଳାଭାଉଜ ମଧ୍ୟ ରୁହନ୍ତି ।

କିଛିଦିନ ହେବ ପ୍ରକାଶ ନିଜ ଶଳାଭାଉଜଙ୍କୁ ମୋବାଇଲ୍ ମେସେଜ୍‌ରେ ପ୍ରେମ ନିବେଦନ କରିଆସୁଥିଲା । ହେଲେ ରବିବାର ଘରେ କେହିନଥିବାବେଳେ ପ୍ରକାଶ ଶଳାଭାଉଜଙ୍କ ପାଖେ ପହଞ୍ଚି ତାଙ୍କୁ  କିସ୍ ଦେବାକୁ କହିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଶଳାଭାଉଜ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ପ୍ରକାଶକୁ ଗିରଫ କରିବା ସହ ତା’ ମୋବାଇଲ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking