28.1 C
Bhubaneswar
Thursday, March 28, 2024
Homeଓଡିଶାଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଏବଂ ନଗଦ ଟଙ୍କା ଜବତ ,ମହିଳା ଗିରଫ

ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଏବଂ ନଗଦ ଟଙ୍କା ଜବତ ,ମହିଳା ଗିରଫ

ଖୋର୍ଦ୍ଧା : ଆଦର୍ଶ ଥାନା ପୁଲିସ ବ୍ରାଉନ ସୁଗାର ବିକ୍ରୀ କରୁଥିବା ଅଭିଜୋଗରେ  ଜଣେ ମହିଳାକୁ ଗିରଫ କରିଛି । ଗିରଫ ମହିଳା ଠାରୁ ତିନି ଲକ୍ଷ ଟଙ୍କା ମୂଳ୍ୟର ୩୦.୪୧ଗ୍ରାମ ଓଜନର ବ୍ରାଉନ ସୁଗାର ସହିତ ନଗଦ ୧ଲକ୍ଷ ୮୮୦ଟଙ୍କା ଜବତ ହୋଇଛି । ଗିରଫ ମହିଳା ଜଣକ ହେଲେ  ଦିର୍ଘ ଦିନ ହେବ ବେଆଇନ ଭାବେ ବ୍ରାଉନ ସୁଗାର ବ୍ୟବସାୟ କରିଆସୁଥିବା ସ୍ଥାନିୟ ସାମନ୍ତରାପୁର ସପ୍ନେଶ୍ୱର ସାହିର ଟୁନି ଦଳେଇ (୩୫) ବୋଲି ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ  ସୂଚନା ଦେଇଛନ୍ତି ।  ସୂଚନା ମୁତାବକ  ବୁଧବାର ସକାଳ ସମୟରେ ମହିଳା ଜଣକ  ବେଆଇନ ଭାବେ ବ୍ରାଉନ ସୁଗାର ବିକ୍ରୀ କରୁଥିବାର ଅଭିଯୋଗ ଆଦର୍ଶ ଥାନା ପୁଲିସ ନିର୍ଭର ଯୋଗ୍ୟ ସୁତ୍ରରୁ ଜଣିବାକୁ ପାଇଥିଲା ।ପରେ ଏସଡିପିଓ ସୁସିଲ କୁମାର ମିଶ୍ରଙ୍କ ତତ୍ୱବଧାନରେ ଆଦର୍ଶ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ତତ୍‌କ୍ଷଣାତ ଚଢାଉ କରିଥିଲେ । ବ୍ରାଉନ ସୁଗାର ବିକ୍ରୀ କରୁଥିବା ଅବସ୍ଥାରେ ମହିଳା ଜଣକୁ ସ୍ୱତନ୍ତ୍ର ପୁଲିସ ଟିମ କାବୁ କରିନେଇଥିଲା । ପରେ ତାଠାରୁ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର , ବ୍ରାଉନ ସୁଗାର ପ୍ୟାକିଙ୍ଗରେ ବ୍ୟବହୃତ ହେଉଥିବା ୫୫ଖଣ୍ଡ ରଙ୍ଗିନ କାଗଜକୁ ଚଢାଉ ସମୟରେ ପୁଲିସ ଜବତ କରିଥିଲା ।

ମହିଳା ଜଣଙ୍କୁ ଗିରଫ କରାଯାଇ କୋଟ ର୍ଚାଲଣ କରାଯାଇଥିବାର ଆଦର୍ଶ ଥନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଥାଉକି ଚଳିତ ମାସ ୩ତାରିଖ ଦିନ ଉପରୋକ୍ତ ସାହିର ଦୁଇ ଭାଇଙ୍କୁ ବେଆନ ଭାବେ ବ୍ରାଉନସୁଗାର କାରବାର କରୁଥିବା ଅଭିଯୋଗରେ  ଆଦର୍ଶ ଥାନା ପୁଲିସ ଗିରଫ କରିଥିଲା । ଗିରଫ ଦୁଇ ଭାଇଙ୍କ ଠାରୁ  ୫୫ଗ୍ରାମ ଓଜନର ବ୍ରାଉନ ସୁଗାର ,୧୩ଲକ୍ଷ ଟଙ୍କା ମୂଳ୍ୟର ଦାମୀ ଏକ୍ସକ୍ୟୁଭି କାର ସହିତ ନଗଦ ଟଙ୍କା ସମେତ ତିନଟି ଦାମି ମାବାଇଲ ଫୋନ ଜବତ ହୋଇଥିଲା ।

ଅନୂରୂପ ଭାବେ ମେ ମାସ ୩୦ତାରିଖ ଦିନ ୧୬ନଂ ଜାତୀୟ ରାଜପଥର ଜଟଣୀ ବାଇପାସ ଛକ ନିକଟରେ ଥିବା ଏକ ଢାବା ପଛପଟୁ ବ୍ରାଉନ ସୁଗାର କାରବାର ଚାଲିଥିବା ଅବସ୍ଥାରେ ଜଣକୁ ଗିରଫ କରିବା ସହିତ ୫୦.୧୯ଗ୍ରାମ ଓଜନର ବ୍ରାଉନ ସୁଗାରକୁ ଅଦର୍ଶ ଥାନା ପୁଲିସ ଜବତ କରିଥିଲା ।  ବିଭିନ୍ନ ତରିକାରେ ବ୍ରଉନ ସୁଗାର କାରବାର ଚାଲିଥିବା ବେଳେ ଏହି ଚୋରା ବ୍ରାଉନସୁଗାର ବ୍ୟବସାୟୀଙ୍କ ଟେର ପାଇବା ପୁଲିସ ପକ୍ଷେ କଷ୍ଟସାଦ୍ଧ୍ୟ ହୋଇପଡୁଛି ।ଏହାର  ଫାଇଦା ଚୋରା ବ୍ରାଉନସୁଗାର ବ୍ୟବସାୟୀ ମାନେ ହାତ ଛଡା କରିବାକୁ ପଛାଉନାହାଁନ୍ତି । ଫଳରେ ଖୋର୍ଦ୍ଧା ସହରର ଉପରୋକ୍ତ ସ୍ଥାନ ଚୋରା ବ୍ରାଉନ ସୁଗାର ବ୍ୟବସାୟୀଙ୍କ ପେଣ୍ଠ ସ୍ଥଳି ପାଲଟିବାକୁ ଯଉଛି ବୋଲି ସଧାରଣରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking