26.1 C
Bhubaneswar
Friday, March 29, 2024
Homeଅପରାଧଚନ୍ଦ୍ରଶେଖରପୁରରୁ ୩ ଭଣ୍ଡବାବା ଗିରଫ

ଚନ୍ଦ୍ରଶେଖରପୁରରୁ ୩ ଭଣ୍ଡବାବା ଗିରଫ

ଚନ୍ଦ୍ରଶେଖରପୁର : ସ୍ମାର୍ଟ ସିଟି ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା | ଲୋକଙ୍କୁ ଗ୍ରହଶାନ୍ତି ନାଁରେ ଭୂଆଁ ବୁଲାଇ ଲୁଟୁଥିବା ୩ ଭଣ୍ଡବାବାକୁ ନିସ୍ତୁକ ମାଡମାରି ପୁଲିସ ଜିମା ଦେଇଛନ୍ତି ଡମଣା ବସ୍ତିବାସିନ୍ଦା । ପୁଲିସ ସେମାନଙ୍କୁ ଅଟକ ରଖି ତଦନ୍ତ କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ୩ ଭଣ୍ଡବାବା ତାରିଣୀ ବସ୍ତିରେ ପହଞ୍ଚିଥିଲେ । ସେଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ କହିଥିଲେ ତୁମର ଏବେ ବେଳ ଖରାପ ପଡିଛି । ଆଗକୁ ବଡ ବିପଦ ଆସୁଛି । ଯାହାର ପ୍ରତିକାର ନିହାତି ଦରକାର । ସେ ବ୍ୟକ୍ତି ଜଣଙ୍କ ବିବ୍ରତ ହୋଇ ଏହାର ପ୍ରତିକାର ପାଇଁ କହିଥିଲେ । ୩ ଭଣ୍ଡବାବା କହିଥିଲେ ଏଥିପାଇଁ ତୁମକୁ ଗ୍ରହଶାନ୍ତି ପୂଜା କରିବାକୁ ପଡିବ । ଏଥିପାଇଁ ସମସ୍ତ ଆୟୋଜନ କରିଥିଲେ ବ୍ୟକ୍ତି ଜଣଙ୍କ । ପୂଜା କରିବା ପାଇଁ ଟଙ୍କା ସହିତ କିଛି ଗହଣା ରଖିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ସମସ୍ତ ସାମଗ୍ରୀ ରଖିବା ପରେ ତାଙ୍କୁ ବିଭୂତି ଛିଞ୍ଚି ଅଚେତ କରିଦେଇଥିଲେ ୩ ଭଣ୍ଡ ବାବା । ଏହାପରେ ବ୍ୟକ୍ତି ଜଣଙ୍କ ଅଚେତ ହେବା ପରେ ୩ ଭଣ୍ଡ ବାବା ଟଙ୍କା ଓ ସୁନା ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏ ବିଷୟରେ ଅନ୍ୟ ଲୋକମାନେ ଜାଣି ପାରି ୩ ଭଣ୍ଡ ବାବାକୁ ପିଛା କରିଥିଲେ । ଡମଣାରେ ଥିବା ଏକ ବସ୍ତିର ସମାନ ଉପାୟରେ ଲୋକଙ୍କୁ ଚୂନ ଲଗାଉଥିବା ବେଳେ ବସ୍ତିବାସିନ୍ଦା ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ । ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଡାକି ୩ ଭଣ୍ଡବାବାକୁ ଜିମା ଦେଇଥିଲେ । ପୁଲିସ ଅଟକ ରଖି ସେମାନଙ୍କୁ ପଚରାଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking