40.1 C
Bhubaneswar
Thursday, April 25, 2024
Homeମନୋରଞ୍ଜନଏକତା କପୁରଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

ଏକତା କପୁରଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

ପାଟନା: ଅଡୁଆରେ ପ୍ରଯୋଜିକା ଏକତା କୁପର । ଚଳଚ୍ଚିତ୍ର ନିର୍ମାତା ତଥା ଟିଭି ସିରିଏଲ ନିର୍ଦ୍ଦେଶିକା ଏକତା କପୁରଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ବିହାରର ବେଗୁସରାଇର ଏକ କୋର୍ଟରେ ଏକତା କପୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏକତାଙ୍କ ସହ ତାଙ୍କ ମାଆ ଶୋଭା କପୁରଙ୍କ ନାମରେ ମଧ୍ୟ ଗିରଫ ପରୱାନା ଜାରି ହୋଇଥିବା ଜଣାପଡିଛି ।

ଏକ ୱେବ ସିରିଜ ଟ୍ରିପଲ ଏକ୍ସ (ସିଜନ-2)ରେ ଯବାନଙ୍କ ଅପମାନ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଭାବାବେଗକୁ ଆଘାତ କରିଥିବା ନେଇ ଜଣେ ପୂର୍ବତନ ସେନା ଶମ୍ଭୁ କୁମାର ଏକତା ଓ ତାଙ୍କ ମାଆଙ୍କ ନାମରେ ଅଭିଯୋଗ କରିଛନ୍ତି । ଜଣେ ଯବାନ ତାଙ୍କ ସ୍ତ୍ରୀଙ୍କୁ ନେଇ ଏହି ୱେବ ସିରିଜରେ ଆପତ୍ତିଜନକ ଦୃଶ୍ୟ ରହିଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି । ଅଭିଯୋଗ ପୂର୍ବରୁ ଏକତା କପୁର ଓ ତାଙ୍କ ମାଆଙ୍କୁ ହାଜର ହେବାକୁ ବେଗୁସରାଇ କୋର୍ଟ ନୋଟିସ୍‌ କରିଥିଲେ । ବିବାଦ ଉଠିବା ପରେ ଆପତ୍ତିଜନକ ଦୃଶ୍ୟ ହଟାଇ ଦେବାକୁ କହିଥିଲେ ଏକତା କିନ୍ତୁ କୋର୍ଟରେ ହାଜର ହୋଇନଥିଲେ । 2020ରେ ଏ ନେଇ ଅଭିଯୋଗ ହୋଇଥିଲା ।

ଶମ୍ଭୁ କୁମାରଙ୍କ ଓକିଲ ହୃଷିକେଶ ପାଠକ କହିଛନ୍ତି, ଯେ ଏହି ସିରିଜ୍ ଅଲ୍ଟ ବାଲାଜୀରେ ପ୍ରସାରିତ ହୋଇଥିଲା । ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ସ ଲିମିଟେଡ୍ ମାଲିକାନା ଥିବା OTT ପ୍ଲାଟଫର୍ମରେ ମଧ୍ୟ ବାଲାଜୀ ଟେଲିଫିଲ୍ମ ସହ ଜଡିତ ଅଛି ।

ଓକିଲ ହୃଷିକେଶ ପାଠକ କହିଛନ୍ତି, “କୋର୍ଟ ତାଙ୍କୁ ଡକାଇ ଏହି ମାମଲାରେ ହାଜର ହେବାକୁ କହିଥିଲେ । ସେ କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଆପତ୍ତି ପରେ ସିରିଜର କିଛି ଦୃଶ୍ୟ ହଟାଇ ଦିଆଯାଇଛି କିନ୍ତୁ ସେ ତାହା କରିନାହାନ୍ତି । ତେଣୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking