29.1 C
Bhubaneswar
Friday, July 19, 2024
Homeଦେଶ ବିଦେଶଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଷ୍ଟ ଜାରି

ଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଷ୍ଟ ଜାରି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି କୋଲକତାର ଏକ ଅଦାଲତ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି କାର୍ଯ୍ୟକ୍ରମରେ ସାମିଲ ନ ହେବା ପାଇଁ ଅଭିନେତ୍ରୀଙ୍କ ନାମରେ ମାମଲା ରୁଜୁ କରିଥିଲା ।

ଖବର ମୁତାବକ, ଏହି ମାମଲାରେ ପଚରାଉଚରା ପାଇଁ ମଧ୍ୟ ଜରିନ ଥାନାରେ ହାଜର ହୋଇନଥିଲେ । ଜରିନ ପଶ୍ଚିମବଙ୍ଗର ୨୪ ପ୍ରଗଣାକୁ ମଧ୍ୟ ମିସ୍‌ କରିଥିଲେ । ମାମଲା ଦାଏର ହେବା ପରେ ଅଭିଯୋଗ ପତ୍ର ଦାଖଲ ହେବା ପରେ ଜରିନଙ୍କୁ କୋଲକତାର ସିୟାଲଦହ ଅଦାଲତରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ଜରିନ ହାଜର ହୋଇନଥିଲେ ।

ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି, ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ତାଙ୍କୁ ମିଛ କହିଥିଲା । ଏହି କାର୍ଯ୍ୟକ୍ରମରେ ଜଣାଶୁଣା ଲୋକପ୍ରିୟ ମନ୍ତ୍ରୀ ଉପସ୍ଥିତ ରହିବା କଥା କମ୍ପାନୀ ତାଙ୍କୁ କହିଥିଲା । କିନ୍ତୁ ଏହା ଉତ୍ତର କୋଲକତାର ଛୋଟ କାର୍ଯ୍ୟକ୍ରମ ରହିଥିଲା ବୋଲି ଜରିନ ଜାଣିବାକୁ ପାଇଥିଲେ ।

ଜରିନ ବାରମ୍ବାର ଅଦାଲତରେ ହାଜର ନ ହେବାରୁ କୋଲକତା ଅଦାଲତ ତାଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି । ଅଭିନେତ୍ରୀ ମଧ୍ୟ ଜାମିନ ପାଇଁ ଅପିଲ୍‌ କରିନାହାନ୍ତି ।

ସୂଚନାଯୋଗ୍ୟ, ଜରିନ ଖାନ ବଲିଉଡରେ ସଲମାନଙ୍କ ଫିଲ୍ମ ‘ବୀର’ରେ ଡେବ୍ୟୁ କରିଥିଲେ । ଏହା ପରେ ହାଉସଫୁଲ ୨, ହେଟ ଷ୍ଟୋରୀ ୩, ୧୯୨୧ ଏବଂ ଅକ୍ସର ୨ ଭଳି ଫିଲ୍ମରେ କାମ କରିସାରିଛନ୍ତି ଜରିନ । ବଲିଉଡରେ ତାଙ୍କୁ କ୍ୟାଟ୍ରିନାଙ୍କ ନକଲ ବୋଲି କୁହାଯାଉଥିଲା । ନିଜର ଲୁକ୍‌ ଏବଂ ବ୍ୟକ୍ତିତ୍ୱରେ ଫ୍ୟାନ୍ସଙ୍କ ମନ ଜିଣିଥାନ୍ତି ଜରିନ ।

ନିକଟରେ ଜରିନ୍‌ ଖାନ୍‌ ପ୍ରଥମେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଦେଇଥିଲେ, ଯେଉଁଥିରେ ତାଙ୍କ ହାତରେ ଡ୍ରିପ୍‌ ଲାଗିଥିବା ଦେଖାଯାଇଥିଲା। ଯଦିଓ ପରେ ସେହି ଷ୍ଟୋରୀକୁ ସେ ଡିଲିଟ୍‌ କରିଦେଇଥିଲେ। ଏହାପରେ ଜରିନ୍‌ ଆଉ ଏକ ଷ୍ଟୋରୀ ଦେଇଥିଲେ, ଯେଉଁଥିରେ ଜୁସ୍‌ ଗ୍ଲାସ୍‌ ଦେଖିବାକୁ ମିଳିଛି। ଏହି ଫଟୋ ସହିତ ଜରିନ୍‌ ଲେଖିଛନ୍ତି, ‘ରିକଭରୀ ମୋଡ୍‌’।

ଏତଦ୍‌ବ୍ୟତୀତ ସେ ନିଜ ଇନ୍‌ଷ୍ଟା ଷ୍ଟୋରୀ ଜରିଆରେ ଫ୍ୟାନମାନଙ୍କୁ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି। ସଫାସୁତରା ତଥା ମଶାମୁକ୍ତ ପରିବେଶ ସୃଷ୍ଟି କରିବାକୁ ଏବଂ କୀଟନାଶକ ଔଷଧ ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking