33.1 C
Bhubaneswar
Thursday, April 25, 2024
Homeଅପରାଧହରିଣ ମାଂସ, ଚମଡ଼ା ଜବତ : ଜଣେ ଗିରଫ

ହରିଣ ମାଂସ, ଚମଡ଼ା ଜବତ : ଜଣେ ଗିରଫ

ମହାକାଳପଡା : ମହାକାଳପଡ଼ା ବ୍ଲକ ଜମ୍ବୁ ରେଞ୍ଜ ଅଧିନ ବତୀଘର ଫରେଷ୍ଟବିଟ୍ ଅଞ୍ଚଳର ପ୍ରସ୍ତାବିତ କଂସାରଡିଆ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ବନବିଭାଗ ଚଢ଼ଉ କରି ଶିକାରୀ ରତିକାନ୍ତ ମଣ୍ଡଳଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୨ କିଲୋ ହରିଣ ମାଂସ, ହରିଣ ଚମଡ଼ା ମଧ୍ୟ ବନବିଭାଗ ଜବତ କରିଛି ।
ଗୁରୁବାର ଜମ୍ବୁ ରେଞ୍ଜର ସାହାଜୀ ଚରଣ ବିଶ୍ୱାଳଙ୍କ ନେତୃତ୍ୱରେ ବତୀଘର ଫରେଷ୍ଟର ପଦ୍ମନାଭ ରାଉତ ଓ ସତ୍ୟଜିତ୍ ପାଣିଙ୍କ ନେତୃତ୍ୱରେ ଏକ ଟିମ୍ କଂସାରଡିଆ ସଂରକ୍ଷିତ ଜଙ୍ଗଲରେ ପଶି ରତିକାନ୍ତ ମଣ୍ଡଳକୁ ଘଟଣା ସ୍ଥଳରୁ କାବୁ କରିଥିଲେ । ତେବେ ମାତ୍ର ୨ କିଲୋ ମାଂସ ଜବତ ହେବା ଘଟଣାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି । ବ୍ୟକ୍ତିଜଣକ ପାଖରୁ ହରିଣ ଚମଡ଼ା ଜବତ ହୋଇଛି । ତେବେ ଆଉ ମାଂସ ଗଲା କୁଆଡ଼େ । ଏଥିରେ ରତିକାନ୍ତ ମଣ୍ଡଳ ଏକୁଟିଆ ସମ୍ପୃକ୍ତ ନାଁ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି । ଏତେବଡ଼ ହରିଣ ମରାଯିବା ପରେ ଚମଡ଼ା ସହ ୨ କିଲୋଗ୍ରାମ୍ ମାଂସ ଜବତ ହେବାକୁ ନେଇ ପରିବେଶବିତ୍‌ମାନେ ସିଧାସଳଖ ବନବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହି ପ୍ରସ୍ତାବିତ କଂସାରଡିଆ ଜଙ୍ଗଲର ଆୟତନ ପ୍ରାୟ ୧୫୭୪ ହେକ୍ଟର ।
ବତୀଘର ଅଞ୍ଚଳରେ ଥିବା ଜଙ୍ଗଲ ଗୁଡ଼ିକୁ ଜଗିବା ଓ ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ଓ ଶିକାରୀମାନଙ୍କୁ କବଳରୁ ଏମାନଙ୍କୁ ସୁରକ୍ଷା ଦେବାକୁ ୧୪ ଜଣ ଅସ୍ଥାୟୀ ବନ କର୍ମଚାରୀ, ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡ଼ ନିଯୁକ୍ତି ଅଛନ୍ତି । ଏତେ ଜଣ କର୍ମଚାରୀ ବତୀଘର ଫରେଷ୍ଟ ବିଟ୍‌ରେ ଥିଲେ ମଧ୍ୟ କେମିତି ଏ ଶିକାରୀମାନେ ଜଙ୍ଗଲରେ ପଶି ଶିକାର କରୁଛନ୍ତି । କଂସାରଡିଆ ସଂରକ୍ଷିତ ଜଙ୍ଗଲ ଭିତରକୁ ଯିବାକୁ ହେଲେ ଅତିକମ୍‌ରେ ୭ ଘଣ୍ଟା ଜଳପଥ ଅତିକ୍ରମ କରିବାକୁ ପଡ଼ିଥାଏ । ପାଖାପାଖି ୨ ବୋଟ୍‌ରେ ଯିବା ପରେ ଯାଇ କଂସାରଡିଆ ଜଙ୍ଗଲରେ ଶିକାରୀମାନଙ୍କର ପାଦ ପଡ଼ିଥାଏ । ତେବେ ଶିକାରୀ ଜଣକ କେଉଁ ବୋଟ୍‌ରେ ଗଲେ? ସେ ବୋଟ୍‌ର ମାଲିକ କିଏ ? ବୋଟ୍ ମାଲିକଙ୍କୁ ତଦନ୍ତ ପରିସରକୁ ବନବିଭାଗ କେମିତି ଆଣିଲା ନାହିଁ ତାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking