16.1 C
Bhubaneswar
Friday, January 28, 2022
Homeଦେଶ ବିଦେଶକୁକୁରକୁ ନିଆଁରୁ ରକ୍ଷା କରିବାକୁ ଯାଇସେନା ଅଧିକାରୀଙ୍କ ମୃତ୍ୟୁ

କୁକୁରକୁ ନିଆଁରୁ ରକ୍ଷା କରିବାକୁ ଯାଇସେନା ଅଧିକାରୀଙ୍କ ମୃତ୍ୟୁ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଗୁଲମର୍ଗ ଅଞ୍ଚଳରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ତେବେ ଏହି ଅଗ୍ନିକାଣ୍ଡରେ ଜଣେ ସେନାଅଧିକାରୀ ତାଙ୍କ ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ନିଜେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
ଶନିବାର ରାତିରେ ଜଣେ ଅଧିକାରୀଙ୍କ ହାଟରେ ନିଆଁ ଲାଗିଯାଇଥିଲା । ଏସ୍.ଟି.ଟି.ସି ଗୁଲମର୍ଗଙ୍କ ସହ ସଂଯୁକ୍ତ କର୍ପସ ସିଗନାଲର ମେଜର ଅଙ୍କିତ ବୁଦ୍ଧରାଜ ତାଙ୍କ ପତ୍ନୀ ଏବଂ ତାଙ୍କର ଗୋଟିଏ କୁକୁରକୁ ଉଦ୍ଧାର କରିଥିଲେ । ତେବେ ଅନ୍ୟ ଏକ କୁକୁରକୁ ଉଦ୍ଧାର କରୁଥିବାବେଳେ ମେଜରଙ୍କ ଶରୀର ପ୍ରାୟ ୯୦% ପୋଡି ଯାଇଥିବା ବେଳେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ପୋଲିସ ଅଧିକାରୀ କହିଛନ୍ତି । ତେବେ ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ । ସେନା ଅଧିକାରୀଙ୍କ ମୃତଦେହକୁ ଉପ-ଜିଲ୍ଲା ଡାକ୍ତରଖାନା ଟାଙ୍ଗମର୍ଗକୁ ସ୍ଥାନାନ୍ତର କରାଯାଇଛି ।
https://onakhabar.com/2020/03/01/north-east-school-closed/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking