40.1 C
Bhubaneswar
Thursday, April 25, 2024
Homeଓଡିଶାଅରିନ୍ଦମଙ୍କ ନାଁରେ ମିଥ୍ୟା ଅପପ୍ରଚାର କରାନଯାଉ

ଅରିନ୍ଦମଙ୍କ ନାଁରେ ମିଥ୍ୟା ଅପପ୍ରଚାର କରାନଯାଉ

ଭୁବନେଶ୍ୱର : କଟକ ମହାନଦୀ ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଗତ ଶୁକ୍ରବାର ଘଟିଥିବା ବୋଟ ଟ୍ରାଜେଡିରେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ମାମଲାକୁ ଆଜିକି ୮ ଦିନ ବିତି ଗଲାଣି । ଅରିନ୍ଦମଙ୍କ ଅକାଳ ବିୟୋଗରେ ଚାରିଆଡୁ ଶୋକ ପ୍ରକାଶ ପାଇଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ତାଙ୍କ ପରିବାର ଲୋକେ । ଅରିନ୍ଦମଙ୍କ ଏପରି ଚାଲିଯିବାର ଦୁଃଖରେ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଅଧିକ ଦୁଃଖ ଆଣିଛି ଅରିନ୍ଦମଙ୍କ ନାଁରେ ହେଉଥିବା ଅପପ୍ରଚାର । ତେବେ ଅରିନ୍ଦମଙ୍କ ପରିବାର ଆର୍ଥିକ ସହାୟତା ଚାହୁଁଥିବାର କିଛି ଲୋକେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି । ଯାହାକି ଆଦୌ ଗ୍ରହଣୀୟ ନୁହେଁ ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଅରିନ୍ଦମଙ୍କ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି । ଅସହ୍ୟ ଯନ୍ତ୍ରଣା ପରେ ଶେଷରେ ଏ ନେଇ ସୋସିଆଲ ମିଡିଆରେ ଜାବାବ୍ ରଖିଛନ୍ତି ଝରଣା । ତେବେ ଟ୍ୱିଟ କରିଛନ୍ତି ଯେ, ଆମେ ଏକ ଯୌଥ ପରିବାରରେ ଅଛୁ । ଆମେ ୩ ଭଉଣୀ ଓ ୨ ଭାଇ । ଆମ ସହ ମା,କକା,ଖୁଡୀ,ଭାଉଜ(ଅରିନ୍ଦମଙ୍କ ପତ୍ନୀ) ଓ ପୁଅ ଅଛନ୍ତି । ଆମେ ଭାଇଭଉଣୀ ଆର୍ଥିକ ଦୃଷ୍ଟି କୋଣରୁ ଖୁବ ସ୍ୱଚ୍ଛଳ । ଆମେ ଏକ ଯୌଥ ପରିବାରରୁ ହୋଇଥିବାରୁ ସମସ୍ତ ଦାୟିତ୍ୱ ତୁଲାଇପାରିବୁ । ଝରଣା ଆହୁରି ଲେଖିଛନ୍ତି ଆମ ଅରିନ୍ଦମ ଭାଇ ଜଣେ ସ୍ୱଚ୍ଛ ହୃଦୟର ପିଲା ଥିଲେ । ଭାଇ ସବୁବେଳେ ତା କାମକୁ ନେଇ ଉତ୍ସର୍ଗୀକୃତ ଥିଲା । ସେ କେବେ ହେଲେ ଟଙ୍କା ପଛରେ ଗୋଡାଉ ନ ଥିଲେ । ଆମେ ଏକ ପରିବାର ହିସାବରେ ଭାଇର ସ୍ତ୍ରୀ ଓ ପିଲାର ଦାୟିତ୍ୱ ନେଇ ପାରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking