30.1 C
Bhubaneswar
Wednesday, April 24, 2024
Homeଓଡିଶାକେବିକେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଅପହଞ୍ଚ : ଯୁଦ୍ଧକାଳୀନ ଭିତ୍ତିରେ ଡାକ୍ତର ନିଯୁକ୍ତି କରନ୍ତୁ ସରକାର- ନରସିଂହ

କେବିକେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଅପହଞ୍ଚ : ଯୁଦ୍ଧକାଳୀନ ଭିତ୍ତିରେ ଡାକ୍ତର ନିଯୁକ୍ତି କରନ୍ତୁ ସରକାର- ନରସିଂହ

 
ବଲାଙ୍ଗିର,- ରାଜ୍ୟର ଅନ୍ୟ ଅଂଚଳ ଅପେକ୍ଷା ଅବିଭାଜିତ କେବିକେ ଅଂଚଳ ଆର୍ଥିକ ସ୍ତରରେ ଖୁବ ଦୁର୍ବଳ । ଏହାକୁ ରାଜ୍ୟର ଅନ୍ୟ ଅଂଚଳ ସହିତ ସମତୁଲ କରିବା ପାଇଁ ତତକାଳୀନ କେନ୍ଦ୍ର ସରକାର କେବିକେ ଯୋଜନା ପ୍ରଣୟନ କରିଥିଲେ । ତେବେ ଏହି କେବିକେ ଅଂଚଳର ସାମଗ୍ରିକ ବିକାଶ ଯଥା ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ ବିକାଶ ସହିତ ଏହି ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ର ଭିତ୍ତିଭୂମିର ବିକାଶ ଏହାର ମୂଳ ଲକ୍ଷ ଥିଲା । କିନ୍ତୁ ଏବେ ଦେଖାଯାଉଛି ଯେ ଏ ଅଞ୍ଚଳର ଲୋକେ ଏହି ଯୋଜନାର କୌଣସି ସୁଫଳ ପାଇଁ ପାରୁ ନାହାନ୍ତି । ବିଶେଷତଃ ସ୍ୱାସ୍ଥ୍ୟସେବା ଧୀରେ ଧୀରେ ଏହି ଅଂଚଳର ଲୋକଙ୍କ ଠାରୁ ଦୁରେଇ ଯାଉଛି ବୋଲି ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ , ଅବିଭାଜିତ ୮ ଟି କେବିକେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭଗବାନ ଭରଷାରେ ଚାଲିଛି କହିଲେ ଚଳେ । ପ୍ରତ୍ୟେକ ଜିଲ୍ଲାରେ ୧୦୦ ରୁ ଉର୍ଧ୍ବ ପଦବୀ ଖାଲି ପଡିଥିବା ବେଳେ , ଯୋଉ ପଦବୀ ପୂରଣ ହୋଇଛି ତାହା ବି କେବଳ କାଗଜ ପତ୍ରରେ । ଯାହା କ୍ଷେତ୍ର ପରିଦର୍ଶନ ସମୟରେ ସ୍ପଷ୍ଟ ଜଣ ପଡୁଛି ।
ଉଦାହରଣ ସ୍ୱରୂପ, ଗତକାଲି ବଲାଙ୍ଗିର ବ୍ଲକ ଚୁଡାପାଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଆୟୋଜିତ ରୋଗୀକଲ୍ୟାଣ ସମିତିର ବୈଠକରେ ଜଣ ପଡିଥିଲା ଯେ ଏହି ଡାକ୍ତରଖାନାରେ କୌଣସି ଡାକ୍ତର ଉପସ୍ଥିତ ନଥିବା ବେଳେ କେବଳ କାଗଜ ପତ୍ର ଡାକ୍ତର ଥିବା ଜଣା ପଡିଥିଲା । ସେହିପରି ଅନ୍ତଃ ବିଭାଗ ଓ ବହୀବିଭାଗ ର ରେଜିଷ୍ଟର ଦେଖିଲେ ସ୍ପଷ୍ଟ ଜଣା ପଡୁଥିଲା ଯେ , ସେଠାରେ କୌଣସି ରୋଗୀର ଚିକିତ୍ସା କରାଯାଉ ନଥିବା ବେଳେ ଅତି ସାମାନ୍ୟ ରୋଗ ପାଇଁ ମଧ୍ୟ ରୋଗୀଙ୍କୁ ବଲାଙ୍ଗିର ଭୀମ ଭୋଇମେଡିକାଲ କୁ ପଠାଇ ଦିଆ ଯାଉଛି । ତେବେ ଯଦି ବଲାଙ୍ଗିର ପାଟଣାଗଡ ମୁଖ୍ୟ ରାଜରାସ୍ତାର ଅବସ୍ଥହ ଏଭଳି ତେବେ ଅବିଭକ୍ତ ବଲାଙ୍ଗିର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଉପାନ୍ତ ଅଂଚଳ ମାନଙ୍କରେ ସ୍ୱାସ୍ଥ୍ୟସେବାର ଅବସ୍ଥା କେତେ ଦୟନୀୟ ଥିବ ତାହା ଏଥିରୁ ସ୍ପଷ୍ଟ ଜଣାପଡ଼େ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେହିପରି କୋରାପୁଟ ଓ ବଲାଙ୍ଗିର ମେଡିକାଲ କଲେଜ ରେ ଡାକ୍ତର, ଅଧ୍ୟାପକ ଓ ପ୍ରାଧ୍ୟାପକ ପଦବୀ ଖାଲି ପଡି ରହିଛି । ଆହୁରି କରୋନା ସତ୍ୱେ ଏ ଅଂଚଳର ଡାକ୍ତର ମାନଙ୍କୁ ରାଜ୍ୟର ଅନ୍ୟ ଅଂଚଳ ମାନଙ୍କୁ ପଠାଯାଉଥିବା ବେଳେ ଏ ଅଂଚଳରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଆହୁରି ଦୋହଲି ପଡିଛି । ତେଣୁ କେବିକେର ୮ ଟି ଜିଲ୍ଲାରେ ଖାଲି ଥିବା ଡାକ୍ତର ପଦବୀ କୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପୁରଣ କରନ୍ତୁ ନଚେତ ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତା କୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ସେ ସରକାରଙ୍କୁ ଚେତାଇ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking