34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମଥାରେ ତିଳକ ଲଗାଇଲେ ନିୟନ୍ତ୍ରଣ ରହିଥାଏ ରକ୍ତ ଚାପ

ମଥାରେ ତିଳକ ଲଗାଇଲେ ନିୟନ୍ତ୍ରଣ ରହିଥାଏ ରକ୍ତ ଚାପ

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାର ପରମ୍ପରା ଦେଇ ଗତି କରିବାକୁ ପଡ଼େ । ଏହି ପରମ୍ପରାଗୁଡ଼ିକ ଲୋକଦେଖାଣିଆ ନୁହେଁ । ଏହା ପଛରେ ବୈଜ୍ଞାନିକ କାରଣଗୁଡ଼ିକ ରହିଛି । ତେବେ ଏବେ ଜାଣିବା ମଥାରେ ତିଳକ ଲଗାଇବା ଓ ଚରଣ ସ୍ପର୍ଶ କରି ନମସ୍କାର କରିବା ପଛରେ କ’ଣ ବୈଜ୍ଞାନିକ ମହତ୍ତ୍ୱ ରହିଛି ।

ମଥାରେ ତିଳକ ଲଗାଇବା ହିନ୍ଦୁ ପରମ୍ପରା ଅନୁସାରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ପୂଜାପାଠରେ ମଥାରେ ତିଳକ ଲଗାଯାଏ । ମଥାରେ ତିଳକ ଲଗାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ । ସିନ୍ଦୁର କିମ୍ବା କୁମ୍‌କୁମ୍‌ରେ ତିଳକ ପ୍ରସ୍ତୁତ ହୋଇଥାଏ । ବୈଜ୍ଞାନିକଙ୍କ ଅନୁସାରେ ଆଖିଦ୍ୱୟର ମଧ୍ୟ ଭାଗରୁ ନାକ ମଥାକୁ ଲାଗି ରହିଛି । ମଥାରେ ତିଳକ ଲଗାଇବା ସମୟରେ ନାକ ଉପରେ ଚାପ ପଡ଼େ । ଏହା ଅଧିକ ସକ୍ରିୟ ହୋଇଯାଏ । ଫଳରେ ସମ୍ପୂର୍ଣ୍ଣ ଶରୀରର ମାଂସପେଶୀକୁ ରକ୍ତସଂଚାର ଭଲ ଭାବରେ ହୁଏ । ମଥାରେ ଶକ୍ତି ସଂଚାର ହୁଏ ଓ ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ । ମହିଳାମାନେ ଲଗାଉଥିବା ସିନ୍ଦୂରରେ ହଳଦୀ, ଚୂନା ରହିଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ଚରଣ ସ୍ପର୍ଶ କରି ପ୍ରଣାମ ଈଶ୍ୱର ଅବା ଗୁରୁଜନମାନଙ୍କୁ ଆମେ ଚରଣ ସ୍ପର୍ଶ କରି ପ୍ରଣାମ କରୁଥାଉ । ଚରଣ ସ୍ପର୍ଶ କରିବା ଦ୍ୱାରା କେବଳ ଅଣ୍ଟା ଦରଜ କମିଯାଏ ତାହାନୁହେଁ ବରଂ ମସ୍ତିଷ୍କରେ ଶକ୍ତି ସଂଚାର ହୁଏ । ଅନ୍ୟ ଜଣକ ଚରଣ ସ୍ପର୍ଶ କରିବା ସମୟରେ ତାଙ୍କ ପାଦରୁ ଏକ ଶକ୍ତି ଆମ ହାତ ମାଧ୍ୟମ ଦେଇ ଶରୀରରେ ପହଞ୍ଚେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking