30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପୁଅର ବିଜୟରେ ଆତ୍ମହରା ହେଲେ ଭଗୱନ୍ତଙ୍କ ମା’

ପୁଅର ବିଜୟରେ ଆତ୍ମହରା ହେଲେ ଭଗୱନ୍ତଙ୍କ ମା’

ପଞ୍ଜାବ: ପଞ୍ଜାବରେ ରେକର୍ଡ କରିଛି ଆମ ଆଦମି ପାର୍ଟି । ପୂର୍ବର ରାଜନେତାଙ୍କୁ ବହୁ ପଛରେ ପକାଇ ବିଜୟ ଧ୍ୱଜା ଉଡାଇଛନ୍ତି ଆପ୍ ପ୍ରାର୍ଥୀ ଭଗୱନ୍ତ ମାନ୍ । ପଞ୍ଜାବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ ବିଜୟୀ ହୋଇଛନ୍ତି । ଧୁରି ଆସନରୁ ଭଗୱନ୍ତ ମାନ୍ ଜିତିଛନ୍ତି । ବିପୁଳ ମାତ୍ରାରେ ବିଜୟ ହାସଲ କରିବା ପରେ ଏକ ଜନସଭାରେ ଯୋଗ ଦେଇଥିଲେ ଭଗୱନ୍ତ । ତାଙ୍କ ସହ ଯୋଗ ଦେଇଛନ୍ତି ତାଙ୍କ ମା’ । ପୁଅର ବିଜୟରେ ଆତ୍ମହରା ହୋଇଯାଇଥିଲେ ଭଗୱନ୍ତଙ୍କ ମା’ ଜନସଭାର ମଞ୍ଚ ଉପରେ ମା’ ପୁଅଙ୍କ ଖୁସିର ମୁହୂର୍ତ୍ତକୁ ସେୟାର କରିଛନ୍ତି । ପୁଅ ପ୍ରକୃତରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ପାଇଁ କିନ୍ତୁ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି ବୋଲି ଭାବବିହ୍ୱଳିତ ହୋଇ କହିଛନ୍ତି ଭଗୱନଙ୍କ ମା’ । ଏହାସହ ତାଙ୍କର ଏପରି ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଭଗୱନ ଓ ତାଙ୍କ ପରିବାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking