31.1 C
Bhubaneswar
Friday, March 29, 2024
Homeଓଡିଶାଗୃହମନ୍ତ୍ରୀ ରାଜନାଥଙ୍କୁ ଭେଟିଲେ ସାଂସଦ ଅପରାଜିତା: ଡ୍ରେନ ନିର୍ମାଣ ଲାଗି ଲୋଡ଼ିଲେ ଅନୁମତି

ଗୃହମନ୍ତ୍ରୀ ରାଜନାଥଙ୍କୁ ଭେଟିଲେ ସାଂସଦ ଅପରାଜିତା: ଡ୍ରେନ ନିର୍ମାଣ ଲାଗି ଲୋଡ଼ିଲେ ଅନୁମତି

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ନୂଆପଲ୍ଲୀ ଅଞ୍ଚଳରେ ଥିବା ୧୨୦ ଇନଫାଣ୍ଟ୍ରି ବାଟାଲିୟନ ପରିସରରେ ଏକ ଡ୍ରେନ ନିର୍ମାଣ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ।
ଏ ସଂପର୍କରେ ସେ ଟ୍ଵିଟ କରି ସୂଚନା ଦେଇଛନ୍ତି ।ବାଟାଲିୟନ ପରିସରରେ ଏହି ଡ୍ରେନ ନିର୍ମାଣ ହେଲେ ନୂଆପଲ୍ଲୀ ଅଞ୍ଚଳରେ ବର୍ଷାଦିନେ ଦେଖାଯାଉଥିବା ଜଳାର୍ଣ୍ଣବ ସମସ୍ୟା ଦୂର ହେବ ବୋଲି ଆଶା ପ୍ରକାଶ କରାଯାଉଛି । ଶ୍ରୀମତି ଷଡଙ୍ଗୀ ଗୃହମନ୍ତ୍ରୀଙ୍କୁ ଏହି ଡ୍ରେନ ନିର୍ମାଣ ଲାଗି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଶେଷକରି ଇସ୍କନ ମନ୍ଦିର ସାମନା, ବେହେରା ସାହି ଆଦି ଅଞ୍ଚଳରେ ବର୍ଷା ହେଲେ ପରିସ୍ଥିତି ଅସମ୍ଭାଳ ହୋଇପଡୁଛି । ଇସ୍କନ ଅଞ୍ଚଳରୁ ବନ୍ୟାପାଣି ବେହେରା ସାହି ଅଞ୍ଚଳକୁ ଛଡ଼ାଯାଉଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଏଣୁ ବାଟାଲିୟନ ପରିସର ଡ୍ରେନ ନିର୍ମାଣ ହେଲେ ତାହା ବେହେରା ସାହି ଅଞ୍ଚଳର ଏହି ସମସ୍ୟାକୁ ଦୂର କରିବା ବୋଲି ଆଶା କରାଯାଉଛି ।
https://onakhabar.com/2020/02/15/lulu-mahapatra-jayanti-obsered/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking