33.1 C
Bhubaneswar
Wednesday, April 24, 2024
Homeଓଡିଶାନିୟମ ଭାଙ୍ଗିଲେ ଜରିମାନା ଦେଲେ

ନିୟମ ଭାଙ୍ଗିଲେ ଜରିମାନା ଦେଲେ

ଭୁବନେଶ୍ୱର: ଫାଇନ ଗଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଦାନ । ତାଙ୍କୁ ବୁଝୁସୁଝା କରିବା ପାଇଁ ଗତକାଲି ଅପରାଜିତାଙ୍କ ସମେତ ବିଜେପିର ଅନ୍ୟ ନେତୃବୁନ୍ଦ ମଧ୍ୟ ଜଗନ୍ନାଥଙ୍କ ଘରକୁ ଯାଇଥିଲେ । ପରେ ନିଷ୍ପତ୍ତି ବଦଳାଇ ଦଳକୁ ପ୍ରତ୍ୟାବର୍ତନ କରିଥିଲେ ଜଗନ୍ନାଥ । ହେଲେ ସେହି ସମୟରେ ସାମାଜିକ ଦୂରତାକୁ ଭୁଲିଯାଇ ବିଜେପି କର୍ମୀ ଏକାଠି ହୋଇଥିଲେ । ଯାହା ଲୋକଲୋଚନକୁ ଆସିଥିଲା । ଯେଉଁଥିପାଇଁ ଅପରାଜିତା ଫାଇନ ଗଣିଛନ୍ତି । ଏହାକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ହେଲେ ଅପରାଜିତା ସ୍ୱେଚ୍ଛାକୃତ ଭାବେ ଜରିମାନା ଦେଇଥିବା ସୂଚନା ମିଳିଛି ।
ତେବେ ସେ ଟ୍ୱିଟ କରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ପ୍ରତିକ୍ରିୟା ସ୍ୱରୂପ ଲେଖିଥିଲେ ଯେ, ଏଭଳି ସ୍ଥିତିରେ ତାଙ୍କୁ ବାଧ୍ୟ ହୋଇ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବାସ ଭବନକୁ ଯିବାକୁ ପଡିଥିଲା । ହେଲେ କୋଭିଡ ନିୟମ ପାଳନ ନେଇ ସେ ଲୋକଙ୍କ ଚିନ୍ତାଧାରକୁ ସମ୍ମାନ କରନ୍ତି ବୋଲି ଉଲ୍ଲେଖ କରିଥିଲେ । ତେବେ ସାଂସଦ ଅପରାଜିତ ଷଡଙ୍ଗୀଙ୍କ ସାମାଜିକ ଦୂରତା ନିୟମ ଭଙ୍ଗ କୁ ନେଇ ସାମାଜିକ କର୍ମୀ ମଲ୍ଲିକ ସାମିମ ଅଖତର୍ କ୍ୟାପିଟାଲ ଥାନାରେ ଅଭିଯୋଗ ଦେବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି । ତେବେ ବର୍ତ୍ତମାନର ପରିସ୍ଥିତିରେ ସରକାର ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରିବା ସହ ମାସ୍କ ପିନ୍ଧିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
 

ଅନ୍ୟପଟେ ସେଠାରେ ସାମିଲ ଥିବା ଅନ୍ୟାନ୍ୟ କର୍ମକର୍ତାଙ୍କ ମଧ୍ୟରୁ ୨୧ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ଡିସିପି ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରିଛନ୍ତି । ଯେହେତୁ ସେଠାରେ କେହି କୋଭିଡ ନିୟମ ପାଳନ କରିନଥିଲେ କିମ୍ବା କାହା ମୁହଁରେ ମାସ୍କ ନଥିଲା । ସେଥିପାଇଁ ୨୧ ଜଣଙ୍କୁ ଫାଇନ କରାଯିବା ସହ ସାମାଜିତ ଦୂରତା ନିୟମକୁ କଡାକଡି ପାଳନ କରିବା ପାଇଁ ଡିସିପି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking