33.1 C
Bhubaneswar
Thursday, April 25, 2024
Homeଓଡିଶାସାଂସଦ ଅପରାଜିତାଙ୍କ ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ

ସାଂସଦ ଅପରାଜିତାଙ୍କ ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ

ଭୁବନେଶ୍ୱର : ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସାଂସଦଙ୍କ ତୃତୀୟ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । ମୁଖ୍ୟତଃ ଜନସାଧାରଣଙ୍କ ଉନ୍ନତି, ଅଭିଯୋଗ ଶୁଣାଣି, ସମାଧାନ ଏବଂ ଜନସାଧାରଣ ନିକଟରେ ପହଞ୍ଚିବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ସାଂସଦ ଅପରାଜିତା । ତୃତୀୟ ବର୍ଷର କାର୍ଯ୍ୟକାଳରେ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ତଥ୍ୟ ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଭିନ୍ନ ଯୋଜନା ମାଧ୍ୟମରେ ହୋଇଥିବା କାର୍ଯ୍ୟର ରିପୋର୍ଟ କାର୍ଡ ରଖିଛନ୍ତି । ଅପରାଜିତାଙ୍କ ତୃତୀୟ ବର୍ଷ କାର୍ଯ୍ୟକାଳରେ ଜାତୀୟ ରାଜପଥରେ ମୋଟ ୬ ହଜାର ୪୭୩ କୋଟି ଟଙ୍କାର କାର୍ଯ୍ୟ ହୋଇଛି । ଏଥି ମଧ୍ୟରେ ୧୦ଟି ଫ୍ଲାଏଓଭର ୨୮ଟି ଅଣ୍ଡରପାସ, ୫ ହଜାର ୭୪୪ କୋଟି ଟଙ୍କାର କ୍ୟାପିଟାଲ ରିଜିୟନ ରିଂ ରୋଡ୍ ଏବଂ ଖୋର୍ଦ୍ଧା ବାଇପାସ ରୋଡ୍ ରହିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୩୯ କୋଟି ଟଙ୍କା ବ୍ୟୟରେ ୩୧୧ କିଲୋମିଟର ରାସ୍ତା ନିର୍ମାଣ ହୋଇଛି । ୬ କୋଟି ଟଙ୍କା ବ୍ୟୟରେ ୧୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ହୋଇଛି । ଜଳଜୀବନ ମିଶନ ମାଧ୍ୟମରେ ୨ ଲକ୍ଷ ୨୦ ହଜାର ୯୮୫ ଘରକୁ ପାଇପ ପାଣି ଯୋଗାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking