ଖୋଲିଲା ଅପରାଜିତା ଷଡଙ୍ଗୀଙ୍କ ଅଫିସ

aparajita sarangi office

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ଆଜି ଖୋଲିଛି ବିଏମସି । ନିର୍ଦ୍ଧାରିତ ସମୟ ପୂର୍ବରୁ ବିଏମସି ପକ୍ଷରୁ ସିଲ୍ ଖୋଲାଯାଇଛି । ଆଜି ପ୍ରେସ୍‌ମିଟ୍ କରି ସାଂସଦ ବିଏମ୍‌ସି ଉପରେ ବର୍ଷିବାର କିଛି ସମୟ ମଧ୍ୟରେ ତରବରିଆ ଭାବେ ଅପରାଜିତାଙ୍କ ପଳାସପଲ୍ଲୀ ଅଫିସ୍‌କୁ ଖୋଲି ଦିଆଯାଇଛି। ଆଜି ପ୍ରେସ୍‌ମିଟ୍‌ କରି ସାଂସଦ ଷଡଙ୍ଗୀ ବିଏମ୍‌ସି ଉପରେ ଗର୍ଜିବା ସହ କୋର୍ଟ ଯିବା ନିମନ୍ତେ ଚିନ୍ତା କରୁଥିବା ସୂଚାଇ ଦେଇଥିଲେ। କ୍ଷମତା ନଥାଇ ବିଏମସି କର୍ତ୍ତୃତ୍ୱ ଜାହିର୍ କରୁଥିବା ଅଭିଯୋଗ ଆଣିଥିଲେ। ତାଙ୍କ ପଳାଶପଲ୍ଲୀ ଅଫିସକୁ ବିଏମସି ସିଲ୍ କରିବା ବେଆଇନ୍। ଏ ନେଇ ବିଏମସି କମିଶନରଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଥିବା କହିଥିଲେ। ତାଙ୍କୁ କହିବାର ସୁଯୋଗ ନ ଦିଆଯାଇ କାର୍ଯ୍ୟାଳୟ ସିଲ୍ କରାଯାଇଛି। ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବିଏମସି ଏପରି ପଦକ୍ଷେପ ନେଇଛି।

ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ବାରମ୍ବାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ନିଜ ଜନ୍ମଦିନରେ କୋଭିଡ ଗାଇଡଲାଇନ୍ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା । ଏନେଇ ୧୫ ଦିନ ପାଇଁ ତାଙ୍କ କାର୍ଯ୍ୟାଳୟ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୋଟିସ ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here