40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଅନୁପମ ଖେରଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ

ଅନୁପମ ଖେରଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ

ନୂଆଦିଲ୍ଲୀ : ଆମେରିକାର ହିନ୍ଦୁ ବିଶ୍ୱବିଦ୍ୟାଳୟ ଅଭିନେତା ଅନୁପମ ଖେରଙ୍କୁ ହିନ୍ଦୁ ଅଧ୍ୟୟନରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରିଛି। ଫ୍ଲୋରିଡା ଭିତ୍ତିକ ବିଶ୍ୱବିଦ୍ୟାଳୟ ଶନିବାର ଏଠାରେ ଏକ ବିଶେଷ କାର୍ଯ୍ୟକ୍ରମରେ ଖେରଙ୍କୁ ହିନ୍ଦୁ ଅଧ୍ୟୟନରେ ସମ୍ମାନଜନକ ପିଏଚଡି ପ୍ରଦାନ କରିଛି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ପ୍ରଥମ ବ୍ୟକ୍ତି ଭାବେ ‘ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା’ ତରଫରୁ ଡକ୍ଟରେଟ୍ ଡିଗ୍ରୀ ମିଳିଥିବାରୁ ମୁଁ ନିଜକୁ ସମ୍ମାନିତ ମନେ କରୁଛି। ମୁଁ ବିଶ୍ୱାସ କରେ ଯେ ହିନ୍ଦୁତ୍ୱରୁ ଆମେ ଶାନ୍ତି ଏବଂ ଗ୍ରହଣର ମହତ୍ତ୍ୱ ବୁଝିପାରିବା। ମୁଁ ମୋର ଡକ୍ଟରେଟ୍ ଡିଗ୍ରୀ ସହିତ ଶାନ୍ତିର ବାର୍ତ୍ତା ପ୍ରସାର କରିବାକୁ ଚାହୁଁଛି।

ସେ ଆହୁରି କହିଛନ୍ତି, ଏହା ମୋ ପାଇଁ ଏକ ସମ୍ମାନଜନକ ଉପଲବ୍ଧି। ଏହି ଡିଗ୍ରୀ ମୋତେ ଦୁନିଆର ସବୁଠାରୁ ପୁରାତନ ସଂସ୍କୃତି ଏବଂ ହିନ୍ଦୁ ଧର୍ମର ଦର୍ଶନ ବିଷୟରେ କହିବାକୁ ସୁଯୋଗ ଦେଇଛି। ଲୋକେ ହିନ୍ଦୁ ଧର୍ମର ଶିକ୍ଷା ଉପରେ କାମ କରୁଛନ୍ତି, ଯାହାକୁ ଦେଖି ଲାଗୁଛି ଯେ ଏହି ସମ୍ମାନ ଗ୍ରହଣ କରିନେବା ଉଚିତ୍ ହେବ। ମୁଁ ହିନ୍ଦୁ ଧର୍ମର ଶିକ୍ଷା ସହିତ ବଢ଼ିଛି ଏବଂ ଏହାକୁ ବିଶ୍ୱାସ ମଧ୍ୟ କରେ।

ସୂଚନାଯୋଗ୍ୟ, ଅନୁପମ ଖେର ନିଜର ନୂଆ ଶୋ’ ‘ଜୀନ୍ଦେଗୀ କା ସଫର’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିଯାନରେ ସେ ବର୍ତ୍ତମାନ ଆମେରିକାର ଅନେକ ସହରର ଯାତ୍ରାରେ ଅଛନ୍ତି। ଭାରତ ଫେରିବା ପରେ ସେ ସୂଜର ବରଯାତ୍ୟାଙ୍କ ଆଗାମୀ ଫିଲ୍ମ ‘ଉଚ୍ଚାଇଁ’ର ଶୁଟିଂ ଆରମ୍ଭ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking