ଅନୁପଙ୍କୁ ଫାଶୀହେଉ: ସୁନିଲ ଶ୍ରୀବାସ୍ତବ

ଭୁବନେଶ୍ୱର: କଳ୍ପନା ତାଙ୍କ ଓ ୧୪ ବର୍ଷର ଝିଅ ବବ୍ଲିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ମିଳୁ ବୋଲି କହିଛନ୍ତି କଳ୍ପନାଙ୍କ ପୂର୍ବ ସ୍ବାମୀ ତଥା ବବ୍ଲିଙ୍କ ବାପା ସୁନିଲ ଶ୍ରୀବାସ୍ତବ। ରାୟଗଡ଼ରେ ଅନୁପଙ୍କୁ କୋର୍ଟଚାଲାଣ କରାଯାଇଛି । କୋହଭରା କଣ୍ଠରେ ସୁନିଲ କହିଛନ୍ତି ମୋ ଝିଅ ତାଙ୍କର କ’ଣ କରିଥିଲା? ୨୦୦୫ରେ କଳ୍ପନା ଓ ତାଙ୍କର ଛାଡ଼ପତ୍ର ପର ବବ୍ଲି ମା ପାଖରେ ରହୁଥିଲା। ହେଲେ ବାପା ହିସାବରେ ସେ ତା’ ବାହାଘର କରିବାକୁ ଚାହୁଥିଲେ। ହେଲେ ଜୀବନ କ’ଣ ଜାଣିବା ପୂର୍ବରୁ ତାକୁ ନିର୍ମମ ଭାବେ ହତ୍ୟା କରାଗଲା। ଏଭଳି ଅପରାଧୀକୁ ଫାଶୀଦଣ୍ଡ ହିଁ ମିଳିବା ଦରକାର ବୋଲି ସୁନିଲ କହିଛନ୍ତି।
https://onakhabar.com/2020/02/15/truck-driver-dead-contact-with-11-kv-electric-wire/