28.1 C
Bhubaneswar
Thursday, March 28, 2024
Homeଅପରାଧଡବଲ୍ ମର୍ଡ଼ର ଘଟଣାର ଡେମୋ ଦେଖାଇଲା ବର୍ଦ୍ଧନ

ଡବଲ୍ ମର୍ଡ଼ର ଘଟଣାର ଡେମୋ ଦେଖାଇଲା ବର୍ଦ୍ଧନ

ଝାରସୁଗୁଡ଼ା: ଛତିଶଗଡ଼ ଚକ୍ରଧରପୁର ଥାନା ଅନ୍ତର୍ଗତ ହମିରପୁର ଡବଲ ମର୍ଡର ଘଟଣାରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ମର୍ଡର ଯେଉଁ ସ୍ଥଳରେ ହୋଇଥିଲା କେମିତି ହୋଇଥିଲା କିଏ କିଏ ସେଥିରେ ସାମିଲ ଥିଲେ ପୁରା ଘଟଣାର ଡମି ଦେଖାଇଛନ୍ତି ନିଜେ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭର ବର୍ଦ୍ଧନ । ଅନୁପ ସାଏଙ୍କ ବୋଲେରେ ସହିତ ଆଉ ଗୋଟିଏ ଗାଡ଼ି ମଧ୍ୟ ସାମିଲ ଥିଲା । ଯାହା ଜଣାପଡ଼ିଛି ଏହି ମର୍ଡର ଘଟଣାର ବ୍ୟବହୃତ ଅନୁପଙ୍କ ବୋଲେରୋ ଏବେ ତାଙ୍କ ପାଖରେ ନାହିଁ ।
ଛତିଶଗଡ଼ ପୁଲିସ୍ ବର୍ଦ୍ଧନକୁ ଧରି ଯେଉଁ ଡେମୋ ପ୍ରଦର୍ଶନ କଲା ସେଥିରେ ବୋଲେରୋ ପରେ ପରେ ଇନୋଭା ଗାଡ଼ିର ବ୍ୟବହାର ହୋଇଥିଲା। ତେଣୁ ଉକ୍ତ ଦିନ ବୋଲେରୋ ପରେ ପରେ ମୃତକଙ୍କ ଉପରେ ଇନୋଭା ଚଢ଼ା ଯାଇଥିବା ଜଣା ପଡ଼ିଥିବା ବେଳେ ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତକାଲି ନିଜ ଦୋଷ ସ୍ୱୀକାର କରିବା ସହ ହତ୍ୟାକାଣ୍ଡରେ ବୋଲେରୋ ଓ ଇନୋଭାର ବ୍ୟବହାର ହୋଇଥିବା କଥା ମାନିଥିଲା ବର୍ଦ୍ଧନ। କିନ୍ତୁ ଇନୋଭାରେ କେତେଜଣ ଓ କିଏ କିଏ ଥିଲେ ସେ ବିଷୟରେ କୌଣସି ସୂଚନା ଦେଇ ନ ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking