30 C
Bhubaneswar
Tuesday, April 16, 2024
Homeଓଡିଶାକରୋନାର କରୁଣ ଚିତ୍ର, ପୁଅର ଦଶାହରେ ବାପା ମୃତ

କରୋନାର କରୁଣ ଚିତ୍ର, ପୁଅର ଦଶାହରେ ବାପା ମୃତ

ଅନୁଗୁଳ :  ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କମରେଇ ପଞ୍ଚାୟତ ଜୁଲିବନ୍ଧ ଗାଁରେ ପୁଅର ଦଶାହ ଦିନ ବାପାର ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଶତ୍ରୁଘ୍ନ ପ୍ରଧାନ(୬୮) ମଙ୍ଗଳବାର ବିଳମ୍ବିତ ରାତିରେ ତାଳଚେର କୋଭିଡ୍ ଚିକିତ୍ସାଳୟରେ ମୃତବରଣ କରିଛନ୍ତି ।  କୋଭିଡରେ ଜୀବନ ହାରିଥିବା ତାଙ୍କ ପୁଅର ମଙ୍ଗଳବାର ଦଶାହ ଥିଲା । ଘରେ ପୁଅର ଦଶାହ କାର୍ଯ୍ୟ ଚାଲିଥିଲାବେଳେ ବାପାଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା । ହରେକୃଷ୍ଣ ଗତ ୩୦ ତାରିଖରେ  କରୋନା ପରୀକ୍ଷା କରିବା ପରେପଜିଟିଭ ଆସିବାରୁ ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ । ପରେ ଘରେ ଅନ୍ୟମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ।

ତାଙ୍କ ଭାଇ ଦୁଃଶାସନ ପ୍ରଧାନ(୪୨), ବାପା ଶତ୍ରୁଘ୍ନ ପ୍ରଧାନ(୬୮) ଓ ମା’ ନୁହୁରାଣୀ ପ୍ରଧାନ(୫୮)ଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏମାନଙ୍କ ଦେହ ଠିକଠାକ୍ ଥିବାରୁ ସମସ୍ତେ ଘରେ ରହି ଚିକିତ୍ସିତ ହେଉଥିଲେ । କିନ୍ତୁ ୭ ତାରିଖରେ ଦୁଃଶାସନଙ୍କ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ପ୍ରଥମେ ତାଳଚେର କୋଭିଡ ଡାକ୍ତରଖାନା ଓ ପରେ ଭୁବନେଶ୍ୱରର ସମ୍ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାରି ଭିତରେ ଶତ୍ରୁଘ୍ନଙ୍କୁ ତାଳଚେର କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପୁଅ ଖବର ଶୁଣି ସେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଥିଲେ । ଭେଣ୍ଟିଲେଟରରେ ରଖି ତାଙ୍କର ଚିକିତ୍ସା ଚାଲିଥିଲା । ତେବେ  ଗତକାଲି ରାତିରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଶତ୍ରୁଘ୍ନ । କୋଭିଡ ଗାଇଡଲାଇନ ଅନୁସାରେ ବୁଧବାର ଅନୁଗୁଳ କରାଡାଗାଡିଆ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking