40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଅନୁଭବ-ବର୍ଷା ବିବାଦ: ପ୍ରତିକ୍ରିୟା ରଖିଲେ ଦେବାଶିଷ ସାମନ୍ତରାୟ

ଅନୁଭବ-ବର୍ଷା ବିବାଦ: ପ୍ରତିକ୍ରିୟା ରଖିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: କେନ୍ଦ୍ରାପଡା ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଥମିନଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ । ସେ ଅନୁଭବଙ୍କୁ ତେର୍ଚ୍ଛା ବାଣ ମାରିବା ସ୍ୱରୂପ କହିଛନ୍ତି, ସାରା ଭାରତରେ ନବୀନ ହେଉଛନ୍ତି ଉଦାହରଣ । ତାଙ୍କ ଆଚରଣ ଓ ଉଚ୍ଚାରଣ ସମସ୍ତଙ୍କୁ ପ୍ରଭାବିତ କରିଛି । ଯେଉଁ ବ୍ୟକ୍ତି ତାଙ୍କ ପାଖରୁ କିଛି ଶିକ୍ଷା କରିପାରୁନି, ତାହା ଦୁଃଖଦାୟକ । ଲୋକଲଜ୍ଜା ଠାରୁ ଦୂରେଇ ରହିବା କଥା ବୋଲି କହିଛନ୍ତି ଦେବାଶିଷ । ଯଦି ଲୋକଲଜ୍ଜାରୁ ଦୂରେଇ ନରହିବ, କଣ କରିହେବ ବୋଲି ପଚାରିଛନ୍ତି ଦେବାଶିଷ ।  ଅନ୍ୟପଟେ ତିନି ଦିନ ପୂର୍ବରୁ ପ୍ରଥମ ଥର ଲାଗି ତାଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ପଛରେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଥିବା କହିଥିଲେ ଅନୁଭବ । ନିଜ ପତ୍ନୀ ବର୍ଷାଙ୍କ ବିରୁଦ୍ଧରେ ଫେରାଦ ହୋଇ ରାଜ୍ୟ ଡିଜିପି ଅଭୟଙ୍କୁ ଏକ ଚିଠି ଲେଖିଛନ୍ତି ଅନୁଭବ । କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଅଡ଼ିଓ କ୍ଲିପକୁ ନେଇ ସେ ନିଜ ଲେଟରପ୍ୟାଡରେ ଏହି ଚିଠି ଲେଖିଛନ୍ତି । ବୈଜୟନ୍ତ ପଣ୍ଡାଙ୍କ ନାଁ ନ ନେଇ ଏକ ଜାତୀୟ ଦଳର ଯେଉଁ ରାଷ୍ଟୀୟ ଉପସଭାପତିଙ୍କୁ ସେ ୨୦୧୯ ନିର୍ବାଚନରେ ଲକ୍ଷାଧିକ ଭୋଟରେ ହରାଇଥିଲେ ସେ ତାଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରରେ ଆର୍ଥିକ ସହାୟତା ପ୍ରଦାନ କରୁଥାଇପାରନ୍ତି ବୋଲି ସାଙ୍ଘାତିକ ଅଭିଯୋଗ କହିଥିଲେ ଅନୁଭବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking