34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମୁହଁ ଖୋଲିଲେ ଅନୁଭବ

ମୁହଁ ଖୋଲିଲେ ଅନୁଭବ

ଭୁବନେଶ୍ୱର:କୋର୍ଟ ମାମଲା ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି । ଜଣେ ମହିଳା ହିସାବରେ ବର୍ଷାଙ୍କୁ ବହୁତ ସମ୍ମାନ କରେ । ସଂପର୍କକୁ ସମ୍ମାନ କରେ । ଯାହା ବି ହୋଇଛି ଆମ ଭିତରେ ହୋଇଛି । ଆମ ଭିତରେ ସହମତି ହୋଇପାରିଲାନି ବୋଲି କୋର୍ଟକୁ ଯାଇଛୁ । କୋର୍ଟଙ୍କ ଉପରେ ଭରଷା ଅଛି । ଯାହା ନିଷ୍ପତ୍ତି ନେବେ ସମ୍ମାନ ଦେବୁ । ଆଉ ଏବେ ବି ବର୍ଷା ଆମ ଘରେ ଅଛନ୍ତି ବୋଲି ଅନୁଭବ କହିଛନ୍ତି । ଘରେ ରହି ଯିଏ ସାମାଜିକ ହିଂସା କଥା କହିବେ, କୋର୍ଟ ନିଷ୍ପତ୍ତି ନେବେ । ସମସ୍ତେ ଜାଣନ୍ତି ସତ କଣ ମିଛ କଣ ବୋଲି ଅନୁଭବ କହିଛନ୍ତି । ତେବେ ଏହା ରାଜନୈତିକ ନୁହେଁ, ବ୍ୟକ୍ତିଗତ ପ୍ରସଙ୍ଗ ବୋଲି ସେ କହିଛନ୍ତି । ଅନ୍ୟପଟେ ଅଭିନେତ୍ରୀ ବର୍ଷାଙ୍କ ବୟନ ରେକର୍ଡ କଲେ ଜିଲ୍ଲା ସୁରକ୍ଷା ଅଧିକାରୀ । ଶାଶୁଘର କଟକ ନନ୍ଦସାହିରେ ପହଂଚି ବର୍ଷାଙ୍କ ବୟାନ ରେକେର୍ଡ କଲେ । ବର୍ଷା ସହଯୋଗ କରିଥିବା ଓ ଆଜି ରେକର୍ଡ ଦାଖଲ କରିବେ ବୋଲି କହିଛନ୍ତି ଡିପିଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking