31.1 C
Bhubaneswar
Friday, March 29, 2024
Homeଓଡିଶାଅନୁଭବଙ୍କ ଛାଡ଼ପତ୍ର ମାମଲା ଉପରେ ସ୍ଥଗିତାଦେଶ ଜାରି

ଅନୁଭବଙ୍କ ଛାଡ଼ପତ୍ର ମାମଲା ଉପରେ ସ୍ଥଗିତାଦେଶ ଜାରି

ଭୁବନେଶ୍ୱର: ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗିରହିଛି । ପଟିଆଲା ହାଉସକୋର୍ଟରେ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ଜାରି । ଉଦ୍ଭୟ ପକ୍ଷର ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ । ଉଦ୍ଭୟପକ୍ଷ ମଧ୍ୟରେ ସହମତି ଭିତ୍ତିକ ଆଲୋଚନା ପାଇଁ ପରାମର୍ଶ ଦିଆଯାଇଛି । ଛାଡ଼ପତ୍ର ପାଇଁ ପଟିଆଲା ହାଉସ କୋର୍ଟରେ ମାମଲା କରିଥିଲେ ଅନୁଭବ । ଆଜି ଅନୁଭବ ମହାନ୍ତିଙ୍କୁ ନୋଟିସ ପଠାଇଛନ୍ତି ସୁପ୍ରିମକୋର୍ଟ । ମାମଲା ସ୍ଥାନାନ୍ତର ପାଇଁ ପିଟିସନ ଦାଖଲ କରିଥିଲେ ବର୍ଷା । କୋର୍ଟରେ ଅନୁଭବଙ୍କ ଓକିଲ ଉପସ୍ଥିତ ଥିଲେ । ତେବେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ଅନୁଭବ ଓ ବର୍ଷା ।

ତେବେ ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବର୍ଷା । କିନ୍ତୁ ଅନୁଭବ ଏହାର ଅସ୍ୱୀକାର କରି ବର୍ଷା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି କୋର୍ଟରେ ପିଟିସନ ଦାଖଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking