31.1 C
Bhubaneswar
Friday, March 29, 2024
Homeଓଡିଶାଅନୁଭବ-ବର୍ଷା ମାମଲା, ୨୭ରେ ଶୁଣାଣି

ଅନୁଭବ-ବର୍ଷା ମାମଲା, ୨୭ରେ ଶୁଣାଣି

କଟକ: କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ । ପୂର୍ବରୁ ବର୍ଷାଙ୍କ ଆବେଦନକୁ ଫାମିଲି କୋର୍ଟ ଖାରଜ କରିଛନ୍ତି । ବର୍ଷାଙ୍କ ଆବେଦନ ଅନୁସାରେ ଭରଣପୋଷଣା ମାମଲାର ଫଇସଲା ନିମନ୍ତେ ତାଙ୍କ ପକ୍ଷରୁ ଗତ ୨୭ ତାରିଖରେ ମାମଲା ରୁଜୁ କରାଯାଇଥିଲା । ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ସହ ଆସନ୍ତା ମାସ ୧୪ ତାରିଖରୁ ମାମଲାର ସାକ୍ଷ୍ୟଗ୍ର୍ରହଣ ହେବ ବୋଲି ଆଦେଶ ଦେଇଛନ୍ତି ।

ପୂର୍ବରୁ ଅନୁଭବଙ୍କ ପକ୍ଷରୁ ଏଭିଡେନ୍‌ସ ପିଟିସନ୍ ଦାଖଲ କରାଯାଇଛି । ସୂଚନାଥାଉକି ଏହି ମାମଲାର ତ୍ୱରିତ ଫଇସଲା ନିମନ୍ତେ ଅନୁଭବଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ଅଗ୍ରଗତି ହୋଇଥିବାରୁ ହାଇକୋର୍ଟ ଅନୁଭବଙ୍କ ଆବେଦନ ଯଥାର୍ଥ ନୁହେଁ ବୋଲି ଦର୍ଶାଇଥିଲେ। ବର୍ଷା ଓ ଅନୁଭବଙ୍କ ସହ ବୈବାହିକ ଜୀବନକୁ ପୁନଃ ପ୍ରତିଷ୍ଠା ନିମନ୍ତେ କଟକର ପାରିବାରିକ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଆବେଦନ କରାଯାଇଥିଲାବେଳେ ଅନୁଭବଙ୍କ ପକ୍ଷରୁ ବର୍ଷାଙ୍କୁ ଛାଡପତ୍ର ଦେବାକୁ ଆବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking