34.1 C
Bhubaneswar
Thursday, April 25, 2024
Homeକରୋନା ଓଡିଶାଆଜିଠାରୁ କଟକ,ଗଞ୍ଜାମରେ ଆଣ୍ଟିଜେନ୍ ଟେଷ୍ଟ

ଆଜିଠାରୁ କଟକ,ଗଞ୍ଜାମରେ ଆଣ୍ଟିଜେନ୍ ଟେଷ୍ଟ

କଟକ : ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ । କଟକ ଏସ୍‌ସିବି ଓ ଆଚାର୍ଯ୍ୟ ହରିୟର କ୍ୟାନ୍‌ସର୍ ହସ୍ପିଟାଲ୍‌ର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ । ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍ ହସ୍ପିଟାଲରେ ଆଡମିସନ୍ କରାଯିବ । କଟକ ଓ ଏହି ସହରର ୩ଟି ପ୍ରମୁଖ ହସ୍ପିଟାଲ ଏସ୍‌ସିବି, ଆଚାର୍ଯ୍ୟ ହରିଅର କ୍ୟାନ୍‌ସର ହସ୍ପିଟାଲ୍ ଓ ଶିଶୁ ଭବନରେ କୋଭିଡ୍ ଆକ୍ରାନ୍ତରେ ସଂଖ୍ୟା ବଢ଼ୁଥିବାରୁ ଏହି ନିଷ୍ପତି ନିଆଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ରବିବାର ଏହି ନିଷ୍ପତି ନିଆଯାଇଥିଲା । ରାଜ୍ୟରେ ୫ହଜାର ଆଣ୍ଟିଜେନ୍ କିଟ୍ ମଧ୍ୟ ପହଂଚି ଯାଇଛି । ଆଣ୍ଟିଜେନ୍ କିଟ୍ ଜରିଆରେ କରୋନା ସଂକ୍ରମଣ ହୋଇଛି କି ନାହିଁ ତାହା ଶୀଘ୍ର ଜଣାପଡ଼ିବ । ଆଉ ଅଳ୍ପଦିନ ଭିତରେ ଆଉ ୨୦ ହଜାର କିଟ୍ ଆସିବ ବୋଲି ସୂଚନା ମିଳିଛି ।
କଟକ ମହାନଗର ନିଗମରେ ମୋଟ୍ ୧୯୩ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ସୁସ୍ଥ ହେଲେଣି ୨୨ଜଣ ଆକ୍ରାନ୍ତ । ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ରାପିଡି ଆଣ୍ଟିଜେନ୍ ଟେଷ୍ଟ କିଟ୍ ଗଞ୍ଜାମରେ ପହଂଚିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ । ତେଣୁ ଗାଇଡ୍‌ଲାଇନ୍ ଅନୁସାରେ ଆଜିଠୁ ଗଞ୍ଜାମରେ ଆଣ୍ଟିଜେନ୍ ଟେଷ୍ଟ ହେବା ନେଇ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking