33.1 C
Bhubaneswar
Thursday, April 25, 2024
Homeକରୋନା ଓଡିଶାସେବକଙ୍କ ଆଣ୍ଟିବଡି ପରୀକ୍ଷା କରାଯିବ

ସେବକଙ୍କ ଆଣ୍ଟିବଡି ପରୀକ୍ଷା କରାଯିବ

ପୁରୀ : ଜୁଲାଇ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସେବକଙ୍କ ତୃତୀୟ ପର୍ଯ୍ୟୟ କୋଭିଡ୍ ପରୀକ୍ଷା କରାଯିବ । ସେମାନଙ୍କ ଆଣ୍ଟିବଡି ସ୍ଥିତି ଜଶରିବା ପାଇଁ ୧୫ରୁ ସେରୋଲୋଜି ପରୀକ୍ଷା କରାଯିବାକୁ ସୋମବାର ଅନୁଷ୍ଠିତ ବୈଠକରେ ସ୍ଥିତି କରାଯାଇଛି । କରୋନା ସଂକ୍ରମିତଙ୍କ ଶବସତ୍କାର ପାଇଁ ଷ୍ଟିଲିଂ ରିସର୍ଟ ପାଖ ମଙ୍ଗଳାବନଦୀ ଅପରପାଶ୍ୱର୍ରେ ସ୍ଥାନ ଚିହ୍ନଟ କରାଯାଇଛି । ରଥଯାତ୍ରା ପୂର୍ବରୁ ୨୫୯୦ ସେବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ସେମାନଙ୍କ କୋଭିଡ୍ ପରୀକ୍ଷା ହୋଇଥିଲା । କୋଭିଡ୍ କଟକଣା ଉଲ୍ଲଘଂନ ଅଭିଯୋଗରେ ୧୮୫୭ଜଣଙ୍କ ଠାରୁ ୩ଲକ୍ଷ ୯୩ହଜାର ୧୫୦ଟଙ୍କା ଜରିମାନା ଆଦାୟ କରାଯାଇଛି । ପୁରୀ ସହରର ୮,୧୧୨ ଲୋକଙ୍କ କୋଭିଡ୍ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୩ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଛି । ଆଗାମୀ ଦିନରେ ପୁରୀ ସହରରେ କୋଭିଡ୍ କଟକଣା ଅଧିକ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି । ତୀର୍ଥ ପୁଷ୍ମରିଣୀରେ ସୁଦ୍ଧିକ୍ରିୟା ସ୍ନାନ ବର୍ତ୍ତମାନ ପାଇଁ ବନ୍ଦ ନିମନ୍ତେ ବୈଠକରେ ସ୍ଥିର କରାଯାଇଛି । ପୁରୀ ପୌରାଂଚଳର ୩୨ଟି ୱାର୍ଡ ପାଇଁ କମିଟି ଗଠନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେଥିରେ ଏନ୍‌ଏନ୍‌ଏମ୍‌, ଆଶାକର୍ମୀ, ସ୍ୱେଚ୍ଛାସେବୀ, ମହିଳା ଆରୋଗ୍ୟ ସମିତି ଏବଂ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସାମିଲ କରାଯାଇଛି । ସାମାଜିକ ଦୂରତ୍ୱ କଟକଣା ଏବଂ ମାସ୍କ ବ୍ୟବହାର ସମ୍ପର୍କରେ ଯାଂଚ ନିମନ୍ତେ ୫ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking