୪୫୦ରେ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର: ଘରୋଇ ଲ୍ୟାବରେ ଆଣ୍ଟିଜେନ ଟେଷ୍ଟ ପାଇଁ ଦର ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଆଣ୍ଟିଜେନ ଟେଷ୍ଟ ପାଇଁ ୪୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଆଇସିଏମଆର୍ ପ୍ରୋଟୋକଲ ମାନି ଘରୋଇ ଲ୍ୟାବ ଟେଷ୍ଟ କରିପାରିବେ ବୋଲି ସୂଚନା ଦିଆଯାଇଛି । କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଆଜି ରାଜ୍ୟରେ ୨୨ ଜିଲ୍ଲାରୁ ନୂଆ ୬୧୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୧୧ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୦୭ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଆଜି ଗଞ୍ଜାମରୁ ସର୍ବାଧିକ ୨୮୬ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୦୭ଜଣ ,ବାଲେଶ୍ୱରରୁ ୬୧ ଜଣ; ବୌଦ୍ଧ, ବଲାଙ୍ଗୀର ,ଢେଙ୍କାନାଳରୁ ୨ ଜଣ ଲେଖାଏଁ;ଜଗତସିଂହପୁରରୁ ୨୬ଜଣ, ମୟୁରଭଞ୍ଜରୁ ୨୧ଜଣ, କଟକ ୧୬ଜଣ , ସୁନ୍ଦରଗଡ଼,ନୟାଗଡ଼ରୁ ୧୫ଜଣ ଲେଖାଏଁ ,ଅନୁଗୁଳରୁ ୧୪ ଜଣ , ମାଲକାନଗିରିରୁ ୧୩ଜଣ , ସମ୍ବଲପୁରରୁ ୧୦ଜଣ , କେନ୍ଦ୍ରାପଡ଼ାରୁ ୯ଜଣ ;ଯାଜପୁର, ପୁରୀ ଓ କେନ୍ଦୁଝରରୁ ୫ଜଣ ଲେଖାଏଁ;ଝାରସୁଗୁଡ଼ା,ଭଦ୍ରକ, ରାୟଗଡ଼ାଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।