ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ନେଇ ହାଇକୋର୍ଟ କ୍ଷୁବ୍ଧ

ଭୁବନେଶ୍ୱର : ହାଇକୋର୍ଟରେ ପୌର ନିର୍ବାଚନ ମାମଲା ପ୍ରସଙ୍ଗ । ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ନେଇ ହାଇକୋର୍ଟ କ୍ଷୁବ୍ଧ । ୩ବର୍ଷ ଧରି ପୌର ନିର୍ବାଚନ କରିନ ଜବାବ ଦିଅ । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ । ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ପୌର ନିର୍ବାଚନ ବିଳମ୍ବ ନେଇ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । କଟକକରୁ ପୂର୍ବତନ ମନ୍ତ୍ରୀ ସମୀର ଦେ’ ଜନସ୍ୱାର୍ଥ ମାମଲା କରିଥିଲେ । ପୁରୀରୁ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କରିଥିଲେ ଜନସ୍ୱାର୍ଥ ମାମଲା । ଭୁବନେଶ୍ୱରରୁ ପୁର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର କରିଥିଲେ ଜନସ୍ୱାର୍ଥ ମାମଲା । ରାଜ୍ୟ ସରକାରଙ୍କ ଚାପରେ କମିଶନ ସମ୍ବିଧାନ ସହ ପ୍ରତାରଣା କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ କଲେ ହାଇକୋର୍ଟ ।

ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ପଞ୍ଚାୟତରାଜ ପ୍ରମୁଖ ସଚିବ, ନଗର ଉନ୍ନୟନ ସଚିବଙ୍କୁ ନୋଟିସ ଜାରି ହୋଇଛି । ପିଟିସନରେ ରାଜ୍ୟ ନିର୍ବାଚନ କମିଶନଙ୍କ ନା’ରେ ସାଂଘାତିକ ଅଭିଯୋଗ । ଗତ ୩ବର୍ଷ ଧରି ନିର୍ବାଚନ କମିଶନସମ୍ବିଧାନ ଉଲ୍ଲଘନ କରି ନିର୍ବାଚନ କରିନାହାଁନ୍ତି । ରାଜ୍ୟ ସରକାରଙ୍କ ଚାପରେ କମିଶନ ସମ୍ବିଧାନ ସହ ପ୍ରତାରଣା କରିଛନ୍ତି । ଆଜି ଏହି ମାମଲାର ପ୍ରାଥମିକ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାକୁ ଗ୍ରହଣ କରିଛନ୍ତି। ସେ ଅନୁଯାୟୀ ରାଜ୍ୟ ସରକାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ବର୍ତ୍ତମାନ ସୁଦ୍ଧଶ ନିର୍ବାଚନ କରାଯାଇ ନାହିଁ ଏବଂ କେବେ ସୁଦ୍ଧା ନିର୍ବାଚନ ହେବ ଏହାର ଜବାବ ଦାଖଲ କରିବାକୁ ନିର୍ବାଚନ କମିଶନ ଓ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ କରିଛନ୍ତି। ଜବାବ ଦାଖଲ ପରେ ଏହା ଉପରେ ଚୂଡାନ୍ତ ଶୁଣାଣି ହେବ।

LEAVE A REPLY

Please enter your comment!
Please enter your name here