ୱାଶିଂଟନ: ଆମେରିକାରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ୩ ଜଣ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ହୃଦୟଥରା ଘଟଣା ଘଟିଛି ଟେନେସୀ ରାଜ୍ୟର ନୈଶବିଲେ ସ୍ଥିତି ଏକ ମିଶନାରୀ ସ୍କୁଲ ଭିତରେ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଗୁଳିକାଣ୍ଡ ଘଟାଇଛନ୍ତି ଜଣେ ୨୮ ବର୍ଷୀୟା ଯୁବତୀ । ପୋଲିସର ପାଲଟା ଆକ୍ରମଣରେ ଏହି ଆତଙ୍କୀ ମହିଳାଙ୍କର ମୃତ୍ୟୁ ଘଟିଛି । ଶିଶୁଙ୍କ ମୃତଦେହକୁ ସ୍ଥାନୀୟ ୱେଣ୍ଡରବିଲ୍ଟର କୈରେଲ ଚିଲଡ୍ରେନ ହସପିଟାଲକୁ ପଠାଇ ଦିଆଯାଇଛି ।