28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଚୀନ୍ କମ୍ପାନୀଙ୍କ ବିରୋଧରେ ଆଉ ଏକ ପଦକ୍ଷେପ, ୯ କମ୍ପାନୀଙ୍କ ବ୍ୟାଙ୍କ ଖାତା ଫ୍ରିଜ୍‌

ଚୀନ୍ କମ୍ପାନୀଙ୍କ ବିରୋଧରେ ଆଉ ଏକ ପଦକ୍ଷେପ, ୯ କମ୍ପାନୀଙ୍କ ବ୍ୟାଙ୍କ ଖାତା ଫ୍ରିଜ୍‌

ନୂଆଦିଲ୍ଲୀ: ଆପ୍ ଦୁରୁପଯୋଗ ସହିତ ଜଡ଼ିତ ହାୱାଲା କାରବାର ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଉ ଏକ ବଡ଼ ଧରଣର ପଦକ୍ଷେପ ନେଇଛି । ଏହି ପଦକ୍ଷେପ କ୍ରମରେ ଇଡ଼ି ଚୀନ୍ ନିୟନ୍ତ୍ରଣରେ ଥିବା ୯ କମ୍ପାନୀଙ୍କ ଆକାଉଣ୍ଟକୁ ଫିଜ୍ କରାଯାଇଛି । ଏହି ୯ ବ୍ୟାଙ୍କ ଖାତରେ ମୋଟ ୯ କୋଟି ୮୨ ଲକ୍ଷ ଟଙ୍କା ଜମା ଥିବା ଜଣା ପଡ଼ିଛି । ହାୱାଲା ଯାଂଚ୍ ଅନ୍ତର୍ଗତରେ ଅନେକ କମ୍ପାନୀଙ୍କ ଦ୍ୱାରା ‘ଏଚ ପିଜେଡ୍‌’ ନାମକ ଆପ୍ ଆଧାରିତ ଟୋକେନ ଓ ଏହି ଭଳି ଅନ୍ୟ ଆପ୍ ଦୁରୁପଯୋଗ ସମ୍ବନ୍ଧିତ ମାମଲାରେ ଏହି ପଦକ୍ଷେପ ନିଆଯାଇଛି କୋଲକତାରେ ବୁଧବାର ଇଡି଼ କରିଥିଲା କାର୍ଯ୍ୟାନୁଷ୍ଠାନ ବୁଧବାର ଦିନ ଇଡି କୋଲକତା ସ୍ଥିତ ଏକ ମୋବାଇଲ ଗେମ୍ ଆପ୍ କମ୍ପାନୀର ପ୍ରବନ୍ଧକଙ୍କ ବିରୋଧରେ ହାୱାଲା ମାମଲାର ଯାଂଚ୍ କ୍ରମରେ ୧୨.୮୩ କୋଟି ମୂଲ୍ୟର ବିଟ୍ କଏନ୍ ଜବତ କରିଥିଲା ।

କମ୍ପାନୀ ବିରୋଧରେ ଠକେଇର ଅଭିଯୋଗ ରହିଛି । ଇଡି ତରଫରୁ ଏକ ବକ୍ତବ୍ୟରେ କୁହାଯାଇଥିଲା ଯେ, ଭିନସ କ୍ରିପ୍ଟୋ ଏକ୍ସଚେଂଜରେ ଅମିର ଖାନ୍ ନାମକ ବ୍ୟକ୍ତି ପାଖରେ ୭୭.୬୨୭୨୦୨୩୯ ବିଟ୍ କଏନ ରହିଛି । ଭାରତୀୟ ମୁଦ୍ରାରେ ଯାହାର ମୁଲ୍ୟ ୧୨ କୋଟି ୮୩ ଲକ୍ଷ ଟଙ୍କା ଅଟେ । ଖାନ୍ ମୋବାଇଲ ଗେମ୍ ଆପ୍ ଇ-ନଗେଟସର ମାଲିକ । ଅମିର ଖାନକୁ ୟୁପିରୁ ଗିରଫ କରାଯାଇଥିଲା । ଖାନ୍ ଓ ତାଙ୍କ ପିତା ନସିର ଖାନଙ୍କ କୋଲକତା ସ୍ଥିତ ଅଫିସ ଉପରେ ଚଢାଉ ହୋଇଥିଲା । ଏହି ଚଢଉରୁ ୧୭ କୋଟି ୩୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking