16.1 C
Bhubaneswar
Friday, January 28, 2022
Homeଓଡିଶାପୁଣି ଆଉ ଜଣେ ବିଧାୟକ ହେଲେ କରୋନା ଆକ୍ରାନ୍ତ

ପୁଣି ଆଉ ଜଣେ ବିଧାୟକ ହେଲେ କରୋନା ଆକ୍ରାନ୍ତ

ଗଞ୍ଜାମ : ପୁଣି ରାଜ୍ୟର ଆଉ ଜଣେ  ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ପୋଲସରା ବିଧାୟକ। ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ପୂର୍ବରୁ ଗଞ୍ଜାମରୁ ଫେରିଥିବାବେଳେ ବୁଧବାର ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ବିଧାୟକ କହିଛନ୍ତି। ଏବେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି।
ସୂଚନା ଅନୁଯାୟୀ, ରାଜ୍ୟରେ ପୂର୍ବରୁ ୩ ଜଣ ବିଧାୟକ କରୋନା ରେ ସଂକ୍ରମିତ ହୋଇଛନ୍ତି। ଦୁଇ ଜଣ ବାଲେଶ୍ଵର ଜିଲ୍ଲାର ଓ ଅନ୍ୟ ଜଣେ କଟକ ଜିଲ୍ଲାର। ବିଧାୟକ ପ୍ରଶାନ୍ତ ବେହେରା,ନୀଳଗିରି ବିଧାୟକ ସୁକାନ୍ତ ନାୟକ।
ତେବେ ଏବେ ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ତାଙ୍କ ପତ୍ନୀ ଉଦ୍ଭୟ ହୋମ ଆଇସୋଲେସନ୍ ରେ ଅଛନ୍ତି।ସେମାନେ ସୁସ୍ଥ ଅଛନ୍ତି। ଏଥିସହ  କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ରହିଛି। ଏହା ଏବେ ସରକାରଙ୍କ ଚିନ୍ତାର କାରଣ ପାଲଟିଛି।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking